ବାଲିଗୁଡା,୦୮/୦୨(ପିପିଟି ); କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ. ନୂଆଗାଁ ବ୍ଲକ ସାରଙ୍ଗଡ ଥାନା ଅନ୍ତର୍ଗତ ଜିରିଡ଼ିକିଆ ପଞ୍ଚାୟତର କପଗୁଡ଼ା , ଡ଼ଲାବାଡ଼ି ଓ କଙ୍ଗେରିକିଆ ଏବଂ ସାରଙ୍ଗଡ଼ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ନଷ୍ଟ କରିଛି ସାରଙ୍ଗଡ଼ ପୁଲିସ। ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ସାରଙ୍ଗଡ଼ ଥାନାର କେସ ନଂ ୧୧/୨୧ରେ ଏକ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଥିବାର ଥାନା ଅଧିକାରୀ ଅନିତା କିଡ଼ୋ ସୂଚନା ଦେଇଛନ୍ତି। ଏହି ଚଢାଉରେ କ.ନୂଆଗାଁ ତହସିଲ୍ଦାର ମନୋଜ କୁମାର ଦେବତା , ଅବାକରୀ ବିଭାଗର ଏସ୍.ଆଇ ନିରୁପମା ପ୍ରଧାନ ଓ ସାରଙ୍ଗଡ଼ ଥାନାର କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ସମେତ ପୁଲିସ୍ ଫୋର୍ସ ସାମିଲ୍ ହୋଇଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)