ସୁବଳୟାରେ ଜୁନିୟର ରେଡକ୍ରସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି ।

0 309

ଉଲୁଣ୍ଡା,୦୮/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟାଠାରେ ଜୁନିୟର ରେଡକ୍ରସ ପକ୍ଷରୁ ଆଜି ସଡକ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ଲା କାର୍ଡ ପ୍ରଦର୍ଶନ ସହ ସଡକ ସୁରକ୍ଷା ସମ୍ପର୍କିତ ସ୍ଲୋଗାନ ଦେଇ ବାଇକ ଓ ଗାଡି ଚାଳକ ମାନଙ୍କୁ ପରିବହନ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସୁବଲୟା ଥାନା ଆଇଆଇସି କୁସ ପାଣିଗ୍ରାହୀ ମୁଖ୍ୟଅତିଥି ଓ ସବ ଇନିସପେକ୍ଟର ଦୀପ୍ତିରଞ୍ଜଳ ଦିଗାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଡକ ସୁରକ୍ଷା ନିୟମ ମାନି ସମସ୍ତେ ଗାଡି ଚଳାଇବାକୁ ପରାମର୍ଶ ଦେଇଥିଲେ ।ଜୁନିୟର ରେଡକ୍ରସ ପରାମର୍ଶଦାତା ଚନ୍ଦ୍ରମଣି ବାଘ କାର୍ଯ୍ୟମ୍ରମ ପରିଚାଳନା କରିଥିବାବେଳେ ବ୍ଲକ ରେଡକ୍ରସ ସଂଯୋଜକ ବଳରାମ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.