ବିଭିନ୍ନ ଗ୍ରାମରେ ଆମ ଗାଁ ଅମ ବିକାଶ ଯୋଜନାରେ ନିର୍ମିତ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ।

0 359

ଉଲୁଣ୍ଡା,୦୮/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ‘ଆମ ଗାଁ ଆମ ବିକାଶ’ ଯୋଜନାରେ ନିର୍ମିତ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରମହାରାଜପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଲୁଣ୍ଡା ଗସ୍ତରେ ଆସି ହିକୁଡି ଛକରେ ନିର୍ମିତ ଗ୍ରାମୀଣ ବଜାର, ପତ୍ରାପାଲି,ଭଜବଲପୁର ଲଙ୍କାବାହାଲ, ମୁଣ୍ଡୋ ଘାଟ ମରାଲୋଏ, ଉଲୁଣ୍ଡା, ଜାଲୋଏ,ମାଟିଖାଇ, ଆଦି ଗ୍ରାମରେ ନିର୍ମାଣ ହାଇଥିବା କମ୍ୟୁନିଟି ସେଣ୍ଟରର ଶୁଭ ଉଦଘାଟନ କରିଥିଲେ । ସେହିଭଳି ଧର୍ମଶାଳା ହାଇସ୍କୁଲରେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରୀକ୍ଷା ଦର୍ପଣ ପୁସ୍ତକ ବଣ୍ଟନ କରିଥିଲେ । ବିଭିନ୍ନ ଗ୍ରାମକୁ ଗସ୍ତ ସମୟରେ ଗ୍ରାମବାସୀମାନେ ଶ୍ରୀ ବେହେରାଙ୍କୁ ନିଜ ନିଜର ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ । ଉକ୍ତ କର୍ଯ୍ୟକ୍ରମରେ ଉଲୁଣ୍ଡା ବିଡ଼ିଓ ହେମସଗାର ଭୋଇଙ୍କ ସମେତ ବିଭିନ୍ନ ଗ୍ରାମ ପଂଚୟତର ସରପଞ୍ଚ,ସମିତି ସଭ୍ୟ,ସ୍ଥାନୀୟ ବିଜେଡି କର୍ମକର୍ତ୍ତା ତଥା ସରକାରୀ କର୍ମଚାରୀ ମାନେ ସାମିଲ ଥିଲେ ।ତେବେ ଏହି ସବୁ ପ୍ରକଳ୍ପ ଉଲୁଣ୍ଡା ପଂଚାୟତ ସମିତି ତରଫରୁ ନିର୍ମାଣ କଟଯାଇଥିବା ବେଳେ ବ୍ଲକ ଅଧ୍ୟକ୍ଷଙ୍କୁ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାମିଲ କରାଯାଇ ନ ଯିବା ଏବଂ ଗ୍ରାମ ପଂଚାୟତ ପାଣ୍ଠିରୁ ଏହି ପ୍ରକଳ୍ପ ସବୁ ନିର୍ମାଣ ହୋଇନଥିବାବେଳେ ଦଳୀୟ ସରପଂଚ ମାନଙ୍କ ନାମ ଫଳକରେ ଉଲ୍ଲେଖ କରାଯାଇଥିବରୁ ବ୍ଲକ ଅଧ୍ୟକ୍ଷା ମିତାଲି ମହାକୁର ଅସନ୍ତୋଷ ପ୍ରକାଶ କରିବା ସହ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଏସବୁ ରାଜନୀତି କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.