ବେଲଗୁଣ୍ଠା ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ।

0 333

ବେଲଗୁଣ୍ଠା,୦୮/୦୨(ପିପିଟି);ବେଲଗୁଣ୍ଠା ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସ୍ ତରଫରୁ ଆୟୋଜିତ କ୍ଲଷ୍ଟର୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ପତାକା ଅବତରଣ କରି କାର୍ଯ୍ୟକ୍ରମର ଉଦଯାପନ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବି.ଗୋବିନ୍ଦ ରାଓ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକ,ସନ୍ତୋଷ କୁମାର ପାଣିଗ୍ରାହୀ,ସପନ କୁମାର ପ୍ରଧାନ, ଅଜୟ କୁମାର ବିଶ୍ୱାଳ , ଯୁବ ରେଡକ୍ରସ୍ ସଂଯୋଜକ ଡ.ପ୍ରଫୁଲ୍ଲ କୁମାର ଜେନା ଏବଂ ଟି.ଏସ୍.ଡି କଲେଜ୍ କାଉନସେଲର୍ ଜୟସେନ୍ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ । ତିନି ଦିନ ଧରି ତିନୋଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଛଅ ଜଣ ପ୍ରଶିକ୍ଷକ ଶିକ୍ଷା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଡ.ରଞ୍ଜନ କୁମାର ପ୍ରଧାନ ,ଅଶୋକ କୁମାର ପ୍ରଧାନ, ରଞ୍ଜିତ୍ କୁମାର ସାମଲ, ବିଶ୍ୱରଞ୍ଜନ ସ୍ଵାଇଁଙ୍କ ସମେତ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ । ଶେଷରେ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.