ଭୁବନେଶ୍ବର,୦୮/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୨ । ବର୍ତ୍ତମାନ ସୁଦ୍ଧା ୭୮,୮୪,୮୯୮ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୬୯୨ ଚିହ୍ନଟ ହୋଇଛନ୍ତି ୩,୩୨,୯୪୮ ଜଣ ସୁସ୍ଥ ହୋଇଥିବା ବେଳେ ୭୮୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୧୦ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୮୯,ସୁସ୍ଥ ସଂଖ୍ୟା ୫୨,୬୯୭, ଚିକିତ୍ସିତ ସଂଖ୍ୟା ୪୬, ମୃତ ସଂଖ୍ୟା ୩୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୭୭, ସୁସ୍ଥ ସଂଖ୍ୟା ୨୮,୮୬୬, ଚିକିତ୍ସିତ ସଂଖ୍ୟା ୬୫, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୮୪, ସୁସ୍ଥ ସଂଖ୍ୟା ୨୧,୬୨୦, ଚିକିତ୍ସିତ ସଂଖ୍ୟା ୦୮, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୭୨ ଜଣଙ୍କ ମଧ୍ୟରୁ ୪୪ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୨୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।