ଆଧ୍ଯାତ୍ମିକ ପତ୍ରିକା ନବକାକଳିର ୨୬ତମ ବାର୍ଷିକ ଉତ୍ସବ।

0 313

ଜଗତସିଂହପୁର,୦୭/୦୨(ପିପିଟି); କେଳିକାଞ୍ଚନ ରତ୍ନାକର ପାଠାଗାର ଆନୁକୁଲ୍ୟରେ ଆୟୋଜିତ ଜଗତସିଂହପୁର ଜିଲ୍ଲାର କନ୍ତାର ଗ୍ରାମରେ ଅଗ୍ରଣୀ ସାହିତ୍ୟ ସଂସ୍କୃତି ଆଧ୍ଯାତ୍ମିକ ପତ୍ରିକା ନବକାକଳିର ୨୬ତମ ବାର୍ଷିକୋତ୍ସବ ଅନନ୍ତ ସଂସ୍କୃତ ମହାବିଦ୍ୟାଳୟ କନ୍ତାର ପରିସରରେ ଦିବା ୧୨ ଟାରେ କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା । ଗୋଠଦା ମଠାଧୀଶ ଚିନ୍ତାମଣି ପର୍ବତ ଗୋସ୍ୱାମୀ କବିତା ଆସର ଆଦିକବି ଶୂଦ୍ରମୁନି ମଞ୍ଚକୁ ଉଦଘାଟନ କଲାବେଳେ ଅଧ୍ୟକ୍ଷତା କରିଥିଲେ ଶିକ୍ଷାବିତ ମହେନ୍ଦ୍ର କୁମାର ଆଚାର୍ଯ୍ୟ । ମୁଖ୍ୟ ଅତିଥି ଭାବରେ ଡ. ଦିଲ୍ଲୀପ କୁମାର ସେନାପତି,ମୁଖ୍ୟବକ୍ତା ଭାବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡକ୍ଟର ଶମ୍ଭୁନାଥ ରାଉତ, ବରେଣ୍ୟ ଅତିଥି ଭାବେ ଦିଲ୍ଲୀପ କୁମାର ଦାସ,ଡା.ତାରକପ୍ରସନ୍ନ ତ୍ରିପାଠୀ, ଉମାକାନ୍ତ ନାୟକ, ବାମଦେବ ସ୍ବାଇଁ,ଡ, ଭାଗବତ ଲେଙ୍କା, ଡ. ଅଶୋକ କୁମାର ପଣ୍ଡା, ମନୋରଞ୍ଜନ ନନ୍ଦ, ପଣ୍ଡିତ ନରେନ୍ଦ୍ର ନାଥ ତ୍ରିପାଠୀ ଓ ସୁଦର୍ଶନ ମହାପାତ୍ର ଯୋଗଦେଇଥିଲେ । ୧୨୦ ଜଣ କବିଙ୍କ ସ୍ୱରଚିତ କବିତା ସଂଯୋଜନା କରିଥିଲେ ଡ. ସଙ୍ଗୀତା ପଣ୍ଡା, ମହାଶ୍ୱେତା ଓଝା,ଶୋଭନା ଜେନା ଓ ସିତାଂଶୁ ଜେନା । ୩ଜଣ କବିଙ୍କୁ ସେମାନଙ୍କର ଉକୃଷ୍ଟ କବିତା ପାଇଁ ସେହି ମଞ୍ଚରେ କାନ୍ତି ବାନାର୍ଜୀ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା ଓ ସମସ୍ତ କବିଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦତ୍ତ ହୋଇଥିଲା ।
ଦ୍ବିତୀୟ ଅଧିବେଶନ ସାହିତ୍ୟ ସଭା ଜାତୀୟ କବି ବୀର କିଶୋର ମଞ୍ଚକୁ ଉଦଘାଟିତ କରିଥିଲେ କ୍ରିୟାଯୋଗ ଆଶ୍ରମ ଜଗନ୍ନାଥପୁରର ସ୍ବାମୀଜୀ ଶ୍ରଦ୍ଧାନନ୍ଦଗିରି । ପୌରୋହିତ୍ୟ କରିଥିଲେ ନବକାକଳିର ସମ୍ପାଦକ ସ୍ଵପ୍ନିଳକବି ଡ.ସୁରେନ୍ଦ୍ର ନାଥ ତ୍ରିପାଠୀ । ମୁଖ୍ୟ ଅତିଥି ରୂପେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରାକ୍ତନ ସଭାପତି ଡ.ହୁସେନ ରବି ଗାନ୍ଧୀ, ମୁଖ୍ୟବକ୍ତା ଭାବେ ନାଇଜରର କୁଳସଚିବ ଡ. ଅଭୟ ନାୟକ ଏବଂ ବରେଣ୍ୟ ଅତିଥୀ ଭାବେ ବ୍ରଜକିଶୋର ଦାଶ କବିଙ୍କୁ ଉଚ୍ଚାଙ୍ଗ ସାହିତ୍ୟ ସର୍ଜନା ପାଇଁ ପରାମର୍ଶ ଦେଇଥିଲେ । ଡା.ତାରକପ୍ରସନ୍ନ ତ୍ରିପାଠୀଙ୍କ ଅଭିନବ ଜଗନ୍ନାଥ ପୁରାଣ,ଡ.ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ କାବ୍ୟ ପ୍ରୀତିଲଗ୍ନା,ସନ୍ନିଭା ମିଶ୍ରଦାଶଙ୍କ ଭକ୍ତି ଆରାଧନା,ଫଗୁଣର ରଙ୍ଗ,ଭକ୍ତି ନୈବେଦ୍ୟ ଓ ସାଗର ମୂର୍ଚ୍ଛନା ଏବଂ ନାରାୟଣ ସାହୁଙ୍କ ଆଦ୍ୟ ଝଙ୍କାର ପୁସ୍ତକକୁ ଅତିଥିଗଣ ଲୋକାର୍ପିତ କରିଥିଲେ । ଷଡ଼ବିଂଶ ନବକାକଳି ସମ୍ମାନରେ ପ୍ରଫେସର ଡ.ବାବାଜୀ ଚରଣ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୩୦ ଜଣ ପ୍ରତିଭା ଧରଙ୍କୁ ବିଭିନ୍ନ ସମ୍ମାନରେ ଅତିଥିଗଣ ସମ୍ମାନିତ କରିଥିଲେ । ଶେଷରେ ନବକାକଳିର ସହ-ସମ୍ପାଦିକା ମନୋରମା ଦାଶ ଧନ୍ୟବାଦାର୍ପଣ କଲାପରେ ସଭାସାଙ୍ଗ ହୋଇଥିଲା । ଆରତି ତ୍ରିପାଠୀ,ଅଭୀପ୍ସା ତ୍ରିପାଠୀ ଏବଂ ସନ୍ତୋଷ ଦାଶ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)

Leave A Reply

Your email address will not be published.