ସମାଜସେବୀ ଗୌରାଙ୍ଗ ଆପଟଙ୍କ ଦ୍ଵାଦଶାହ କ୍ରିୟା ଓ ଶୋକ ସଭା ।

0 354

ବେଲଗୁଣ୍ଠା,୦୭/୦୨(ପିପିଟି),ଗତ ଜାନୁୟାରୀ ୨୭ ତାରିଖରେ ହୃଦଘାତରେ ମୃତ୍ୟୁ ଇହଲୀଳ ତ୍ୟାଗ କରିଥିବା ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ସ୍ଵର୍ଗତ ଗୌରାଙ୍ଗ ଆପଟଙ୍କ ଦ୍ଵାଦଶାହ କ୍ରିୟାରେ ତାଙ୍କର ମଙ୍ଗଳପୁର ସ୍ଥିତ ବାସ ଭବନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭା କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ମଙ୍ଗଳପୁରର ପୂର୍ବତନ ସମିତି ସଭ୍ୟ ବିଦ୍ୟାଧର ବିଷୋୟୀ, ପୂର୍ବତନ ନାଏବ ସରପଞ୍ଚ ମାଧବ ଚନ୍ଦ୍ର ଆପଟ, ଜିଲିବା ସେବା ସମବାୟ ସମିତି ସଭାପତି ପିତାମ୍ବର ଆପଟ ଏବଂ ସ୍ଵର୍ଗତ ଗୌରାଙ୍ଗ ଆପଟଙ୍କ ଜ୍ୟେଷ୍ଠ ପୂତ୍ର ତଥା ସୁରତ୍ ଓଡିଆ ଶ୍ରମିକ ସଂଗଠନ କର୍ମକର୍ତ୍ତା ନାରାୟଣ ଆପଟଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ରହି ସ୍ଵର୍ଗତ ଆପଟଙ୍କ ସ୍ମୃତି ଚାରଣ କରିବା ସହିତ ଗଭୀର ଶୋକ ପ୍ରକାଶ କରିଥିଲେ । ଏହି ଅବସରରେ ହରିହାଟ ଏବଂ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.