ପୂର୍ବତନ ସାଂସଦ ସ୍ବର୍ଗତ ଲଡୁକିଶୋର ସ୍ବାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ।

0 1,771

କବିସୂର୍ଯ୍ଯ ନଗର,୦୫/୦୨(ପିପିଟି); ପୂର୍ବତନ ସାଂସଦ ସ୍ବର୍ଗତ ଲଡୁକିଶୋର ସ୍ବାଇଁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ପାଳନ ହୋଇଯାଇଛି। କବିସୂର୍ଯ୍ଯ ନଗର ବ୍ଲକ ଅନ୍ତର୍ଗତ ପଥରା ଠାରେ ଶ୍ରାଦ୍ଧବାର୍ଷିକୀ ପାଳନ ଓ ଶ୍ରଦ୍ଧାଞ୍ଜଳୀ ସଭାରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବଦୈ,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଆସ୍କା ସାଂସଦ ପ୍ରମିଳା ବିଷୋୟୀ,ଆସ୍କା ବ୍ଲକ ଅଧ୍ଯକ୍ଷ ହରେକୃଷ୍ଣ ମଲ୍ଲିକ, କବିସୂର୍ଯ୍ଯ ନଗର ବ୍ଳକ୍ ଅଧ୍ଯକ୍ଷ ସନ୍ତୋଷ କୁମାର ପାଢୀ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମଣ ଚୌଧୁରୀ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଲଡୁକିଶୋର ସ୍ବାଇଁଙ୍କ ବିଷୟରେ ସ୍ମୃତି ଚାରଣ କରିଥିଲେ। ଆସ୍କା ଓ କବିସୂର୍ଯ୍ଯ ନଗର ବ୍ଳକ୍ ପଞ୍ଚାୟତ ପ୍ରତିନିଧି ଏବଂ ବିଭିନ୍ନ ସଂଗଠନର ନେତୃବୃନ୍ଦ ଯୋଗ ଦେଇଥିଲେ।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.