ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସ ଦଳ ଛାଡ଼ି ଶହ ଶହ କର୍ମୀ ବିଜେଡ଼ି ରେ ସାମିଲ ।

0 825

ଭଞ୍ଜନଗର,୦୫/୦୨(ପିପିଟି); ବିଜୁ ଜନତା ଦଳ ତରଫରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ଡାକବଙ୍ଗଳା ଠାରେ ଆୟୋଜିତ ମିଶ୍ରଣ ପର୍ବ ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ ଓ ଗୋଟିଏ ଏନ.ଏ.ସି ର ୪ଟି ୱାର୍ଡରୁ ବହୁସଂଖ୍ୟକ ବିଜେପି ଓ କଂଗ୍ରେସ କର୍ମୀ ଆଜି ନିଜ ଦଳ ଛାଡ଼ି ରାଜ୍ୟ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା,ରାଜ୍ୟ ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ଟି.ଗୋପୀ,ଭଞ୍ଜନଗର ବ୍ଲକ ସଭାପତି ରାଜେନ୍ଦ୍ର ପ୍ରଧାନ,ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ମୋହନ ପ୍ରଧାନ,ଭଞ୍ଜନଗର ଏନ୍ଏସି ସଭାପତି ରାଜେନ୍ଦ୍ର ବିଷୋୟୀ,ଭଞ୍ଜନଗର ବ୍ଲକ ସାଂସଦ ପ୍ରତିନିଧି ଦିବାକର ନାୟକ, ଜଗନ୍ନାଥ ପ୍ରସାଦ ବ୍ଲକ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେଇଛନ୍ତି। ଭଞ୍ଜନଗର ବ୍ଲକର ୨ଟି ଓ ଜଗନ୍ନାଥ ପ୍ରସାଦ ବ୍ଲକର ୮ଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ନେତାଙ୍କ ସହ କର୍ମୀମାନେ ଆସି ବିଜେଡ଼ି ରେ ସାମିଲ ହୋଇଛନ୍ତି।ରାଜ୍ୟରେ ବିଜେଡ଼ି ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଉଦ୍ୟମ ରେ ନିଜ ନିଜ ଅଞ୍ଚଳର ଉନ୍ନତି ଓ ବିକାଶ ପାଇଁ ସେମାନେ ବିଜେଡ଼ି ରେ ଯୋଗ ଦେଇଥିବା ବେଳେ ଆଗାମୀ ଦିନରେ ବିଜେଡ଼ି ପାଇଁ କାର୍ଯ୍ୟ କରି ଦଳୀୟ ସଙ୍ଗଠନକୁ ଅଧିକ ମଜବୁତ କରିବେ ବୋଲି କହିଛନ୍ତି।ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀକୁ ଓଡ଼ିଶାରେ ଏକ ନମ୍ବର କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ବିଭିନ୍ନ ପ୍ରକାର ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରି ସ୍ଥାନୀୟ ଜନସାଧାରଣଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦିଆଯିବା ସହ ଭଞ୍ଜନଗର ବ୍ଲକର ତିଳିସିଙ୍ଗି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ସ୍ୱତନ୍ତ୍ର ଦୃଷ୍ଟି ଦେବେ ବୋଲି କହିଥିଲେ।ଏହି ଉତ୍ସବରେ ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.