ଜୟ ହନୁମାନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ,ମହିମା କ୍ରିକେଟ ଦଳ ଚମ୍ପିୟାନ ।

0 339

ଜଗତସିଂହପୁର,୦୪/୦୨(ପିପିଟି); ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପାଟେଣିଗାଁ ପଞ୍ଚାୟତର ପ୍ରହରାଜପୁର ଗ୍ରାମ ଖେଳପଡିଆ ଠାରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମହିମା କ୍ରିକେଟ ଦଳ,ବିରିଡି କଟକ ୧୬୪ ରନର ବିଜୟ ଲକ୍ଷ ଦେଇଥିବା ବେଳେ ସୋମନାଥ କ୍ରିକେଟ ଦଳ, ଟିଟିଗାଂ ନିର୍ଦ୍ଧାରିତ ୨୦ ଓଭରରେ ୧୪୬ ରନ କରି ପରାଜିତ ହୋଇଥିଲା । ପାଟେଣିଗାଁ ସରପଞ୍ଚ ଅଦୈତ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେତା ମହିମା କ୍ରିକେଟ ଦଳ, ବିରାଡି କଟକକୁ ଚମ୍ପିୟାନ ଟ୍ରଫି ସହ ୮୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ସମ୍ମାନିତଅତିଥି ଭାବେ ପୂର୍ବତନ ନଗରପାଳ ବିପ୍ଳବ ଚୌଧୁରୀ ଯୋଗଦେଇ ଉପ ବିଜେତା ମହାଦେବ କ୍ରିକେଟ ଦଳ, ଟିଟିଗାଂକୁ ୬୦୦୦ ଟଙ୍କା ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାହାନପୁର ପଞ୍ଚାୟତ ସମିତି ସଭ୍ୟ ଶିବ ପ୍ରସାଦ ବେହେରା,ଶିକ୍ଷାବିତ ଅତୁଲ୍ୟ ବିକ୍ରମ ପ୍ରଧାନ, ଛାତ୍ରନେତା କୃଷ୍ଣଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଗୌରାଗଂ ଭୋଇ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସୁନେଲି ଭୋଇ, ଦିଲିପ ଭୋଇ,ଯୋଗେନ୍ଦ୍ର କୁମାର ଦାସ, ମାନସ ଭୋଇ,ମନୋଜ ଭୋଇ, ଲୋକନାଥ ରଥ,ସରତ ରାଉତ, ସନ୍ତୋଷ କୁମାର ଭୋଇ,ପ୍ରବୀଣ ଭୋଇ, ରଘୁନାଥ ଭୋଇ, ଯୁଧିଷ୍ଠିର ସାହୁ ପ୍ରମୁଖ ଖେଳ ପରିଚାଳନାରେ ସହାୟତା କରିଥିଲେ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.