ବ୍ଳକ ସ୍ତରୀୟ ପଡୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 389

କନ୍ଧମାଳ,୦୩/୦୨(ପିପିଟି ):କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟାମରେ ଫୁଲବାଣୀ ନେହେରୁ ଯୁବ ସଂଗଠନ ଏବଂ ନୁଆରିପଦର ସଟାକର ଯୁବକ ସଂଘର ମିଳିତ ଅନୁକୁଲ୍ୟରେ ପଡୋଶୀ ଯୁବ ସମ୍ବିଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରପ୍ତ ଅଧିକାରୀ ଡ.ଅନନ୍ତଚରଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ମୂଳ ବିଷୟ ବସ୍ତୁ ସମ୍ପର୍କରେ ଯୋଗ ଦେଇଥିବା ଯୁବ ମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସଟାକର ଯୁବକ ସଂଘର ସମ୍ପାଦକ ଅର୍ଜୁନ କହଁର ଅତିଥି ସ୍ୱାଗତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ, ସ୍ୱେଛାସେବୀ ଅନୁଷ୍ଠାନ କଲ୍ୟାଣିର ସମ୍ପାଦକ ରବିନ୍ଦ୍ର କୁମାର ସାହୁ,କାରମେଲ ଇଂରାଜୀ ମିଡିୟମ ସ୍କୁଲର ପରିଚାଳକ ପ୍ରଦୀପ କୁମାର ବେହେରା ଏବଂ ଫୁଲବାଣୀ ନେହେରୁ ଯୁବ ସଂଗଠନର ଅଧିକାରୀ ଭିନିତ୍ କୁମାର,ସହକର୍ମୀ ସତ୍ୟବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକରୁ ୮୦ ରୁ ଅଧିକ ଯୁବକ ଯୁବତୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ,ଜଳଶକ୍ତି ଅଭିଯାନ,ସଡକ ସୁରକ୍ଷା ଏବଂ ସ୍ୱଛ ଭାରତ ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ଯୁବକ ଯୁବତୀ ମାନଙ୍କ ମଧ୍ୟରେ କୁଇଜ୍ ଏବଂ ପଥପ୍ରାନ୍ତ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଶେଷରେ ଯୁବ ସଂଘର ସଭାପତି ଅନନ୍ତଚରଣ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.