ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ସାଂଗଠନିକ ବୈଠକ ।

0 405

ଜଗତସିଂହପୁର,୦୩/୦୨(ପିପିଟି); ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ(ଜେଡିୟୁଜେ)ର ସାଂଗଠନିକ ବୈଠକ ଓ ବଂଧୁମିଳନ ଉତ୍ସବ ସ୍ଥାନୀୟ ପୁନଙ୍ଗସ୍ଥିତ ସିଦ୍ଧ ବାରଙ୍ଗ ଗୋଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ୟୁନିଅନର ଆଗାମୀ କାର୍ଯ୍ୟକ୍ରମ ,ସାଂଗଠନିକ ବ୍ୟବସ୍ଥା,ସଂଘର ସ୍ଥାୟୀ ଘର,ପ୍ରାଥମିକ ପ୍ରଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ସାମ୍ବାଦିକମାନଙ୍କୁ କରୋନା ଟୀକା ଦିଆଯିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରତି ବ୍ଲକରେ ସଂଘକୁ ମଜବୁତ କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ସ୍ଥିର ହୋଇଥିଲା । ନୂତନ କର୍ମକର୍ତ୍ତା ଭାବେ ଜିଲ୍ଲାର ବରିଷ୍ଟ ସାମ୍ବାଦିକମାନେ ଜିଲ୍ଲା ସଂଘରେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ସଂଘର ବରିଷ୍ଟ ସାମ୍ବାଦିକ,ସଭାପତି,ସମ୍ପାଦକ,କୋଷାଧ୍ୟକ୍ଷ ପ୍ରମୁଖ ପୁଷ୍ପ ଗୁଛ ଓ ଉପକୌଢ଼ନ ଦେଇ ସମ୍ନାନର ସହ ସଂଘରେ ସାମିଲ କରିଥିଲେ । ସେମାନଙ୍କ ମଧ୍ୟରେ ଦୀପକ ମହାନ୍ତି,ମହେଶ୍ୱର ତ୍ରିପାଠୀ,ସରୋଜକାନ୍ତ ସାହୁ,ରମାକାନ୍ତ ଦାସ,ତପନ ଦାସ ଓ ରଘୁନାଥପୁରର ବ୍ଲକର ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ମୁଦୁଲି,ଶୁଶାନ୍ତ ରାଉତ,ମନୋଜ ସାହୁ ଓ ରଞ୍ଜନ ଲେଙ୍କାଙ୍କୁ ଆନୁଷ୍ଠାନିକ ଭାବରେ ପୁଷ୍ପଗୁଛ ଓ ଉପଢୌକନ ଦିଆଯାଇ ସଂଘରେ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ସାମ୍ବାଦିକ ଅଜୟ ଜେନା,କାଁହୁ ଚରଣ ନନ୍ଦ,ବିଜୟ କୁମାର ସ୍ୱାଇଁ,ଆର୍ତ୍ତତ୍ରାଣ ପତି ପ୍ରମୁଖ ନୂତନ କର୍ମକର୍ତାମାନଙ୍କୁ ସ୍ୱାଗତ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପିନାକୀ ମହାନ୍ତି,ଶଶାଙ୍କ ଶେଖର ପଣ୍ଡା,ବେଣୁଧର ନାୟକ,ପ୍ରଭାତ ମହାନ୍ତି,ତପନ କୁମାର ରାଉତରାୟ,ତାରାପଦ ମହାନ୍ତି,ପ୍ରତାପ କୁମାର ସିଂହ,ଜ୍ୟୋତି ରଞ୍ଜନ ପରିଡା, ଶୁଭଙ୍କର ଜେନା,ମାନସ ସ୍ୱାଇଁ,ସୁଧାକର ଜେନା,ବାସୁଦେବ ବେହେରା, ଜ୍ୟୋତିପ୍ରକାଶ ନାୟକ,ପ୍ରଶାନ୍ତ ମଲିକ, ତନ୍ମୟ ପଣ୍ଡା,ଈଶ୍ୱର କୁମାର ଦାସ, ରାକେଶ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସମ୍ପାଦକ ଜ୍ୟୋତିରଞ୍ଜନ ପରିଡା ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.