ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ।

0 703

ଭଞ୍ଜନଗର,୦୧/୦୨(ପିପିଟି); ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଶେରଗଡ଼ ବ୍ଲକ ଧବଳ ପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରମୋଦ କୁମାର ପ୍ରଧାନଙ୍କ ବିରୁଦ୍ଧରେ ପଞ୍ଚାୟତର ବହୁ ୱାର୍ଡ ମେମ୍ବର ମାନେ ଏକାଠି ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଏସମ୍ପର୍କରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।ସେମାନଙ୍କର କହିବାନୁସାରେ ସରପଞ୍ଚ ଶ୍ରୀ ପ୍ରଧାନ ୱାର୍ଡ ମେମ୍ବର ମାନଙ୍କୁ ଅଣଦେଖା କରିବା ସହ ଅବହେଳା ପ୍ରଦର୍ଶନ କରି ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ବହୁ କାର୍ଯ୍ୟ ସଠିକ ଭାବେ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଏଥିପାଇଁ ପୂର୍ବ ବୈଠକରେ ସରପଞ୍ଚ ଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ସେମାନେ ସ୍ଥିର କରିଛନ୍ତି। ତେଣୁ ସରପଞ୍ଚ ଶ୍ରୀ ପ୍ରଧାନଙ୍କୁ ତୁରନ୍ତ ନିଜ ପଦବୀରୁ ବହିଷ୍କାର କରିବା ପାଇଁ ୱାର୍ଡ ମେମ୍ବର ମାନେ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.