ବୋଲଗଡ଼,୩୧/୦୧(ପିପିଟି); ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ଗ୍ରାମପଞ୍ଚାୟତ ରେ ଜାନୁଆରୀ ୨୬ ତାରିଖରୁ ବାଳସିଂହପଟଣା,ପାଟବନ୍ଧ,ଗୋଡିଆଳି, ସାଗରଗୁଆଁ, ଜରିପଡା ଆଦି ଗ୍ରାମର ଆଞ୍ଚଳିକ ମଞ୍ଚରେ ମହା ସମାରୋହରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଅଛି। ପାଳନ କରିବାର ମୂଖ୍ୟ ଉଦ୍ଦେଶ୍ୟ ବୋଲଗଡ଼ର ବିପିଏମ୍ ପ୍ରକାଶ ଚନ୍ଦ୍ର ବଳିଆରସିଂହ ,ବିଡିଓ ଧୋବେଇ ନାୟକ, ସାଗରଗୁଆଁ ପଞ୍ଚାୟତର ସରପଞ୍ଚ ସୁଭାଷଚନ୍ଦ୍ର ରାୟଗୁରୁଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ଜୀବକା ମିଶନ ତରଫରୁ ଗାଁ ଗହଳିର ଏସ୍ ଏଚ୍ ଜି ମହିଳା ମାନେ ନିଜେ ନିଜେ କିପରି ନିଜ ବାଡିବଗିଚାରେ ବିଭିନ୍ନ ପ୍ରକାରର ପନିପରିବା ଶାଗ ଲଗାଇବା ବିନା ସାର ପ୍ରୟୋଗ କରି କେବଳ ଜୈବିକସାର ପ୍ରୟୋଗ କରି ବା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତତ୍ ସହିତ ସେହି ପରିବାକୁ ନିଜେ ଖାଇବା ସହ ପରିବାର ଖର୍ଚ୍ଚରୁ ଯାହା ବଳକାହୁଏ ତାକୁ କିପରି ବିକ୍ରୀ କରି ନିଜ ପରିବାର ଖର୍ଚ୍ଚ ତୁଲାଇପାରିବେ, ବାଡିବଗିଚାରୁ ଉତ୍ପାଦନ ହେଉଥିବା ପନିପରିବାରୁ ଗର୍ଭବତୀ ପ୍ରସୂତି ମହିଳା ମାନେ ପୃଷ୍ଟି କର ଖାଦ୍ୟ ପ୍ରସ୍ତୁତ କରି ଖାଇବା ପାଇଁ ସରକାରଙ୍କ ଯୋଜନା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସାଗରଗୁଆଁ ପଞ୍ଚାୟତରେ ଚାଲିଥିବା ପାଞ୍ଚ ଦିନର ମହୋତ୍ସବରେ ସ୍ତାନିୟ ସରପଞ୍ଚ ସୁଭାଷଚନ୍ଦ୍ର ରାୟଗୁରୁ , ବିପିଏମ୍ ବଳିୟାର ସିଂହ, ବିଡିଓ ଧୋବେଇ ନାୟକ, ପଞ୍ଚାୟତସ୍ତରିୟ ମହାସଂଘର ସଭାନେତ୍ରୀ ବନୀତାମାଝି, ଏମ୍ ବି କେ ଦିଦି ମହେଶ୍ୱତା ସାମନ୍ତରାୟ, ସମସ୍ତ ସିଆରପି ଦିଦି ଉପସ୍ଥିତ ରହି ମହୋତ୍ସବର ସମସ୍ତ କାର୍ଯ୍ୟ କ୍ରମକୁ ଆଗକୁ ନେଇ ମହୋତ୍ସବରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )