କନ୍ଧମାଳ ଜିଲ୍ଲା ସ୍ତରୀୟ ପୃଷ୍ଟି ମହୋତ୍ସବ ଉଦ୍‌ଯାପିତ ।

0 407

ବାଲିଗୁଡା,୩୧/୦୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସାଧାରଣତନ୍ତ୍ର ଦିବସ ଅଵସରରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ପୃଷ୍ଟି ମହୋତ୍ସଵ ପାଞ୍ଚ ଦିନ ଧରି ସମଗ୍ର ଜିଲ୍ଲାରେ ଅନୁଷ୍ଠିତ ହେବାପରେ ଆଜି ତାହା ଉଦ୍‌ଯାପିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ଗ୍ରାମ ପଞ୍ଚାୟତର ଟକରମାଲା ଗ୍ରାମରେ ଘୁ-ଉଦୟଗିରି ବିଧାନସଭା ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନଙ୍କ ନିଜ ଗ୍ରାମରେ ଧୁମଧାମରେ ପାଳନ ହୋଇଥିଲା। ନିଜେ ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁପର୍ଣ୍ଣା ପ୍ରଧାନ, ଓଡିଶା ଜୀବିକା ମିଶନରୁ ବିଟିଏମ ପିଣ୍ଟୁ ନାୟକଙ୍କ ସମେତ ସ୍ଥାନୀୟ ମହିଳା ଗ୍ରୁପର ସିଆରପି, ପ୍ରାଣୀ ମିତ୍ର ଓ କୃଷି ମିତ୍ର ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଭାଗ୍ୟବତୀ ପ୍ରଧାନ ପରିଚାଳନା କରିଥିଲେ । ବିଧାୟକ ସାଲୁଗା ପ୍ରଧାନଙ୍କ ଅଭିଭାଷଣରେ ମାଁ ଏବଂ ପୃଷ୍ଟିକର ଖାଦ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଦେଶାତ୍ମକ, କୁଇ ସଙ୍ଗୀତରେ ନୃତ୍ୟ ତଥା ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୁନି କୁନି ବାଳିକା ମାନେ ନିଜର ଅନନ୍ୟ ପ୍ରତିଭା ନୃତ୍ୟ କଳା ପ୍ରଦର୍ଶନ କରି ମଞ୍ଚାସିନ ଅତିଥି ତଥା ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.