ରାଜ୍ୟସ୍ତରୀୟ ବିଜୁ ସ୍ମାରକି ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ।

0 391

ବ୍ରହ୍ମପୁର,୩୧/୦୧(ପିପିଟି); ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଷ୍ଟାଡିୟମ ପରିସରରେ ରବିବାର ବିଜୁ ପଟ୍ଟନାୟକ ସ୍ମାରକି ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ ଟି ଦଳ ଏଥିରେ ଭାଗନେଇଥିଲେ । ଦୁଇଟି କୋର୍ଟ ମଧ୍ୟରେ ୪ ଗୋଟି ଦଳକୁ ନେଇ ପ୍ରତିଯୋଗିତା ଚାଲିଥିଲା । ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବଲ ବେଡ଼ମିଣ୍ଟନ ଆସୋସିଏସନ କାର୍ଯ୍ୟକାରୀ ସଭାପତି ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସନାତନ ସଂଗ୍ରାମ ସିଂ, ଦୁଷ୍ମନ୍ତ ପାଢ଼ୀ, ସଂଜିତ ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ପଣ୍ଡା,ଅଜୀତ କୁମାର ପଣ୍ଡା,ଆର. ମୁରଲୀ ମୋହନ, ଜ୍ୟୋତି ରଞ୍ଜନ ସାହୁ, ସୁଦିପ ସାହୁ, ଆଦିତ୍ୟ ପଟ୍ଟନାୟକ, ମଧୁସୂଦନ ରାଓ, ଗୌରୀ ଶଙ୍କର ଦାସ, ଦୁର୍ଗା କୁମାର ଲାୟକ, ଗୌରୀ ପ୍ରସାଦ ମିଶ୍ର, ଅମିତ ଦାସ, ସୁକୁଟା ମହାରଣା, ଯୋଗୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.