ଶେରଗଡ଼,୩୧/୦୧(ପିପିଟି);ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତରେ ଶନିବାର ମଧ୍ୟ ରାତ୍ରି ହାତୀ ପଲ ପଶି କିଛି ଚାଷୀଙ୍କ, ଟମାଟୋ, ବିନ, କଞ୍ଚାଲଙ୍କା, ବାଇଗଣ, କଦଳୀ ଇତ୍ୟାଦି ଫସଲ ହାତୀପଲ ପଶି କ୍ଷୟ କ୍ଷତି କରିଥିବା ସହ ବିଭିନ୍ନ ପ୍ରକାର ପନି ପରିବା ପତ୍ର ନଷ୍ଟ କରିଥିବା ଜଣାପଡିଛି । ଜଙ୍ଗଲ ବିଭାଗର ଅପାରଗତା ପାଇଁ କଷ୍ଟ ଭୋଗୁଛନ୍ତି ନିରୀହ ଏବଂ ଅସହାୟ ଚାଷୀ। ହାତୀକୁ ମାରିଲେ ଜଙ୍ଗଲ ବିଭାଗ ଏତଲା ଦେବ, ମାତ୍ର ହାତୀ ଜୀବନ କି ଫସଲ ନଷ୍ଟ କଲେ କୌଣସି ପ୍ରତିକାର ନାହିଁ । ନରେନ୍ଦ୍ରପୁର ଗ୍ରାମର ଗଙ୍ଗା ପୋଲାଇ, ବିପ୍ର ସ୍ୱାଇଁ, ଛେନା ପ୍ରଧାନ, ରମି ପ୍ରଧାନ, ବରୁଣ ପୋଲାଇ, ଡାକ ପୋଲାଇ, ସୂର୍ଯ୍ୟ ପୋଲାଇଙ୍କ ବିଲରେ ହାତୀ ପଶି ବ୍ୟାପକ କ୍ଷତି କରିବା ସହ ନିକଟସ୍ଥ ଧାନ ଖଳାରେ ମଧ୍ୟ ବ୍ୟାପକ ଧାନ ଗଦା ନଷ୍ଟ କରିଥିବା ଜଣାପଡିଛି ।ଟଙ୍କା କରଯ କରି ଫସଲ କରିଥିବା ଗଙ୍ଗା ପୋଲାଇଙ୍କ ଆର୍ଥିକ ସ୍ଥିତି ସମ୍ପୂର୍ଣ ଭାଙ୍ଗି ପଡ଼ିଥିବା ବେଳେ ସେ ଆକୁଳ ହୋଇ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଙ୍ଗଲ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କୌଣସି ତଦନ୍ତ କରିନଥିବା ଜଣାପଡିଛି ।
(ରିପୋର୍ଟ- ଭିକୁ ନାୟକ। )