କନ୍ଧମାଳ ସ୍ଵେଛାସେବୀ ମହାସଂଘ ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ଉଦଯାପିତ ।

0 386

କନ୍ଧମାଳ,୩୦/୦୧(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧୀ ସ୍ତୁତି ଭବନ ଠାରେ ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ (ପିଏଜି) ପକ୍ଷରୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉଦଯାପନୀ ଉତ୍ସବ ସ୍ଥାନୀୟ ଗାନ୍ଧୀ ସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ସ୍ଵାତୀ ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତଙ୍କ ସଭାପତିତ୍ଵ ରେ ପ୍ରଚଳିତ ଶିକ୍ଷା ଆଇନ ଓ ଗାନ୍ଧୀଙ୍କ ବିଚାର, ଜୀବନୀ ଓ ଦର୍ଶନର ପ୍ରାସଙ୍ଗିକତା ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ଏଥିରେ ନିପିଡ଼ିତ ସ୍ଵେଛ।ସେବୀ ସଂଗଠନ ର ସଂପାଦକ ରାମଚନ୍ଦ୍ର ଦାସ, ଆଇନଜିବି ବିଜୟ ପଟ୍ଟନାୟକ, ବାଲିଗୁଡା ବନବାସୀ ସେବା ସମିତିର ସଂପାଦକ ଉତ୍ସବ ଚନ୍ଦ୍ର ଜେନା, ସହ ସଂପାଦକ ତଥା ଜୟନ୍ତୀ କମିଟିର ଅଧ୍ଯକ୍ଷ ରବୀନ୍ଦ୍ର କୁମାର ପଣ୍ଡା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ ବହୁ ଗାନ୍ଧୀ ବିଚାରଧାରା ସହ ସଂପୃକ୍ତ ବହୁ ବୁଦ୍ଧିଜିବୀ ସାହିତିକ, ସମାଜସେବୀ, ସାମ୍ବାଦିକ,ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ବିଚାରଧାରା ଓ ସେ ଦେଖିଥିବା ସ୍ଵପ୍ନ ସାକାର କରିବାପାଇଁ ଆହ୍ୱାନ ଦେଇଥିଲେ। ସେହିପରି ଶିକ୍ଷାବ୍ୟବସ୍ଥାରେ ଥିବା ଅସମାନତାକୁ ଦୂର କରିବା ଆବଶ୍ୟକ ବୋଲି କହିଥିଲେ।ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁପ୍ରସାଦ ମିଶ୍ର, ଅଶୋକପରିଡ଼ା, ଅନ୍ତରଙ୍ଗ ଯୁବକ ସଂଘ ସଂପାଦକ, ଓ ବହୁ ବୁଦ୍ଧିଜିବୀ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ରଖିଥିଲେ। ଏହି ଅବସରରେ ନିକଟରେ ପଦ୍ମଶ୍ରୀ ଉପାଧି ପାଇଥିବା ପୂର୍ଣ୍ଣମାସୀ ଜାନୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଦାତ୍ତା ସ୍ଵେଛାସେବୀ ସଂଗଠନର ସଂପାଦକ ପ୍ରଦୀପ କୁମାର ଦାସ, ସ୍ଵେଛାସେବୀ ଅଶୋକ ପ୍ରଧାନ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.