ବଜ୍ରକାପ୍ତା ଉଦ୍ଧାର କରିବାକୁ ଯାଇ ବନ କର୍ମଚାରୀମାନେ ଆକ୍ରମଣର ଶିକାର ।

0 585

ମାଲକାନଗିରି,ତା:୨୯/୦୧(ପିପିଟି);ନାମକୋଣ୍ଡା ଗ୍ରାମରେ ବଜ୍ରକାପ୍ତା ରଖିଥିବା ସଂପର୍କରେ ଭୁଲନେଶ୍ବର ପିସିସିଏଫ କାର୍ଯ୍ଯାଳୟରୁ ସୂଚନା ପାଇ ଗତ କାଲି ରାତି ୧୦ଟା ସମୟରେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୬ ଜଣ ନବ କର୍ମଚାରୀମାନେ ବଜ୍ରକାପ୍ତାକୁ ଉଦ୍ଧାର କରିବାତୁ ଯାଇଥିବା ବେଳେ ଗ୍ରାମବାସୀମାନଙ୍କ ଆକ୍ରମଣର ଶିକାର ହୋଇ ବନାଞ୍ଚଳ ଅଧିକାରୀଙ୍କ ସମେତ କିଛି ବନ କର୍ମଚାରୀମାନେ ଆହାତ ହୋଇଥିବା ସୂଚନା ମିଳିଛି ।ଘଟଣାରୁ ପ୍ରକାଶ ଯେ ଭୁବନେଶ୍ବର ପିସିସିଏଫ କାର୍ଯ୍ଯାଳୟରୁ ଗତ ସଂଧ୍ଯୀ ୯ଟା ସମୟରେ ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଏମଭି-୧୭ ଫରେଷ୍ଟ ନିକଟସ୍ଥ ନାମକୋଣ୍ଡା ଗ୍ରାମରେ ଏକ ବଜ୍ରକାପ୍ତାକୁ ଧରି ରଖାଯୀଇଛି । ଏଣୁ ତୁରନ୍ତ ଉଦ୍ଧାର କରିବାପାଇଁ ନିର୍ଦ୍ଦଶ ଆସିବା ପରେ ତତକ୍ଷଣାତ ମାଲକାନଗିରି ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ବରେ ୧୬ ଜଣ ବନକର୍ମଚାରୀ ରାତି ୧୦.୩୦ରେ ନାମକୋଣ୍ଡା ଗ୍ରାମରେ ପହଞ୍ଚିଥିଲେ । ନାମକୋଣ୍ଡା ଗ୍ରାମ ଠାରୁ କିଛି ଦୂରରେ ଏକ ଧାନ ଖଳା ରହିଥିବା ବେଳେ ସେଠାରେ ଥିବା ଏକ କାଠ ଗଣ୍ଡିର କୋରଡ ମଧ୍ଯରେ ବଜ୍ରକାପ୍ତାକୁ ରଖି ସବୁ ଦିନ ରାତିରେ ପ୍ରାୟ ୧୫/୨୦ ଜଣ ବଜ୍ରକାପ୍ତାକୁ ଜଗିରହନ୍ତି ।ବନକର୍ମଚାରୀମାନେ ଉକ୍ତଧାନ ଖଳାରେ ପହଞ୍ଚ ବଜ୍ରକାପ୍ତାକୁ ଠାବ କରି ଉଦ୍ଧାର କରି ଅଧା କିମି ରାସ୍ତା ଅତିକ୍ରମ କରିଥିବା ବେଳେ ପାଖରେ ଶୋଇଥିବା ଲୋକମାନେ ଉଠି ବନ କର୍ମଚାରୀମାନଙ୍କୁ ଘେରାଉ କରି ବଜ୍ରକାପ୍ତାକୁ ଛଡାଇ ନେଇବା ସହ ପଥର ଏବଂ ଠେଙ୍ଗାରେ ଆକ୍ରମଣ କରିଥିଲେ । ପାଟିତୁଣ୍ଡ ଶୁଣି ଗାଁ ଲୋକମାନେ ଏକତ୍ରିତ ହୋଇ ଆକ୍ରମଣ କରିବା ଫଳରେ ପଥର ମାଡରେ ବନାଞ୍ଚାଳ ଅଧିକାରୀ ବାସୁଦେବ ନାୟକଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇଥିଲା । ଡ୍ରାଇଭର ସୁରେନ୍ଦ୍ର ଭୂମିଆଙ୍କ ଦୁଇ ହାତକୁ ଠେଙ୍ଗାରେ ପ୍ରହାର କରିବା ଯୋଗୁଁ ହାତ ଦୁଇଟି କ୍ଷତାକ୍ତ ହୋଇଥିବା ଜଣା ପଡିଛି । ଅନ୍ଯମାନଙ୍କ ମଧ୍ଯରେ ଫରେଷ୍ଟର ମୂରଲୀଧର ଅନଗୁଳିଆ, ମୋହନ ଗୁଡିଆ,ରାଜେଶ କୁମାର ସେଠୀ,ଫରେଷ୍ଟ ଗାର୍ଡ ଅର୍ଜୁନ ବଟେ,ସଚିଦାନନ୍ଦ ଜେନା,ଗୁପ୍ତ ଚନ୍ଦ୍ର ଦୂରପଥର ଏବଂ ଠେଙ୍ଗା ମାଡରେ ଆହାତ ହୋଇଥିବା ଜଣା ପଡିଛି । ଏ ସଂପର୍କରେ ସ୍ଥାନୀୟ ମାଲକାନଗିରି ଥାନାରେ ବନ ବିଭାଗ ତରଫରୁ ଆଜି ଏତଲା ଦିଆଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.