ବେଲଗୁଣ୍ଠା,୨୭/୦୧(ପିପିଟି); ସଡକ ସୁରକ୍ଷା ସପ୍ତାହ ଅବସରରେ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଓ ବେଲଗୁଣ୍ଠା ଥାନା ପୋଲିସର ମିଳିତ ସଂଯୋଜନାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ବେଲଗୁଣ୍ଠା ପୋଲିସ ସହଯୋଗରେ ବେଲଗୁଣ୍ଠା ସହର ପରିକ୍ରମା କରି ବିଭିନ୍ନ ପ୍ରକାର ସଡକ ସୁରକ୍ଷା ନିମିତ୍ତ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହରବାସୀ ତଥା ଗାଡି ଚାଳକ ମାନଙ୍କୁ ସଚେତନ କରାଇଥିଲେ । ବେଲଗୁଣ୍ଠା-ଜଗନ୍ନାଥ ପ୍ରସାଦ ଛକରେ ରହି ଗାଡି ଚାଳକ ମାନଙ୍କୁ ହେଲମେଟ୍ ବ୍ୟବହାର କରିବା,ଗାଡି ଚାଳନା ବେଳେ ମୋବାଇଲରେ କଥା ନ ହେବା, ମଦ୍ୟପାନ କରି ଗାଡି ନ ଚଳାଇବା, ସଡକ ସୁରକ୍ଷାର ନୂତନ ନିୟମ ମାନିବା,ଚାରି ଚକିଆ ଯାନରେ ସିଟ୍ ବେଲ୍କ ବାନ୍ଧିବା,ତୃତୀୟ ପକ୍ଷ ବୀମା କରାଇବା ନେଇ ସଚେତନ କରାଇଥିଲେ । ସିଟ୍ ବେଲ୍ଟ ବାନ୍ଧିଥିବା ଓ ହେଲ୍ ମେଟ୍ ପିନ୍ଧିଥିବା ଗାଡି ଚାଳକ ମାନଙ୍କୁ ଚକୋଲେଟ୍ ଦେଇ ଛାତ୍ରଛାତ୍ରୀ ଏବଂ ବେଲଗୁଣ୍ଠା ପୋଲିସ ସେମାନଙ୍କୁ ଧନ୍ୟବାଦ ଦେଇ ଅଭିନନ୍ଦନ ଜଣାଇବାସହ ହେଲମେଟ୍ ପିନ୍ଧି ନ ଥିବା ଚାଳକଙ୍କୁ ସଚେତନ କରାଇଥିଲେ ।ସଡକ ସୁରକ୍ଷା ନିୟମ ନ ମାନିଲେ ତାର ଭୟାବହତା ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଛାତ୍ରଛାତ୍ରୀଙ୍କ ସହ କଲେଜ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ, ବେଲଗୁଣ୍ଠା ଥାନା ସବ୍ ଇନିସପେକ୍ଟର ପ୍ରକାଶ କୁମାର ସାହୁ,ଆସିଷ୍ଟାଣ୍ଟ୍ ସବ୍ ଇନିସପେକ୍ଟର କୃଷ୍ଣଚନ୍ଦ୍ର ସେଠୀ,କନେଷ୍ଟବଳ ରାଜୀବ ପାଣିଗ୍ରାହୀ, ମହିଳା ପୋଲିସ ଶେବତୀ ଶବରଙ୍କ ସମେତ ମହାବିଦ୍ୟାଳୟ ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ସପନ କୁମାର ପ୍ରଧାନ ଓ ଅଜୟ ବିଶ୍ୱାଳ, ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ୱାଇଁ, ରଞ୍ଜିତ କୁମାର ସାମଲ, ବିଶ୍ୱ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )