ସାଧାରଣତନ୍ତ୍ର ଦିବସ ପାଳିତ ।

0 380

କୋଦଳା,୨୬/୦୧(ପିପିଟି); ବେଗୁନିଆପଡା ବ୍ଲକ ଏବଂ କୋଦଳା ଏନ୍ଏସିର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୋଦଳା ତହସିଲ ପଡିଆ ଠାରେ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପତାକା ଉତ୍ତୋଳନ କରିଥିବା ବେଳେ ଜେଏମଏଫସି କୋର୍ଟ ପରିସର ରେ ଜିଲ୍ଲା ଜଜ୍ ମୁନ ରାଣୀ ମିଶ୍ର, ବି.ଏଡ଼ କଲେଜ ପରିସର ରେ ଅଧ୍ୟକ୍ଷ୍ୟ ବିଭୁତି ଭୂଷଣ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ରେ ଡ଼କ୍ଟର ସୁଜିତ କୁମାର ବେହେରା, କୋଦଳା ଥାନା ପରିସର ରେ ଥାନା ଅଧିକାରୀ ଦେବାଶିଷ ମହାନ୍ତି,ଗଣେଶ ଯୁବକ ସଙ୍ଘ ଠାରେ ସଙ୍ଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ସମସ୍ତ ସରକାରୀ /ବେସରକାରୀ ଶିକ୍ଷ୍ୟା ଅନୁଷ୍ଠାନ ମାନଙ୍କ ରେ ପତାକା ଉତ୍ତୋଳନ ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ପରିସର ରେ ବିଡ଼ିଓ ବେଦବର ପ୍ରଧାନ, ବେଗୁନିଆପଡା ଫାଣ୍ଡି ରେ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ପତାକା ଉତ୍ତୋଳନ କରିଥିଲେ । ସୁମଣ୍ଡଳ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଡ଼କ୍ଟର ରାଜେନ୍ଦ୍ର ପ୍ରଧାନ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସର ରେ ମନୋଜ କୁମାର ସାହୁ ପତାକା ଉତ୍ତୋଳନ କରିଥିଲେ । ସେହିପରି କୋଦଳା ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ପରିସର ରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ଅଙ୍ଗନୱାଡି କର୍ମୀ /ସହାୟିକା, ସୁପରଭାଇଜର ମମତା ଦାଶ, ବି.ଏଡ଼ କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ /ଅଧ୍ୟାପିକା, ବାଳବିକାଶ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ନିର୍ବାହୀ ଅଧିକାରୀ ପତାକା ଉତ୍ତୋଳନ ପରେ ସାଧାରଣ ତନ୍ତ୍ର ଦିବସ ଉପରେ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ବି.ଏଡ଼ ଛାତ୍ର ଛାତ୍ରୀ ଜାତୀୟ ସଂଗୀତ ଗାନ କରିଥିବା ବେଳେ ଏନ୍ଏସି ର କର୍ମକର୍ତ୍ତା କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା, ଚନ୍ଦ୍ର ମାରାଣ୍ଡି, ଦ୍ୱାରିକା ନାଥ ପାଢ଼ୀ, ଧୀରଜ କୁମାର ପାତ୍ର, ଉଦୟ ସାହୁ, ରାଜେନ୍ଦ୍ର ସାହୁ, ସ୍ବପ୍ନ କୁମାର ସାହୁ, ହରିଶ ଚନ୍ଦ୍ର ରାଉଳ, ନିବେଦିତା ରଥ, ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ସରପଞ୍ଚଙ୍କ ଦ୍ୱାରା ପତ୍ତାକା ଉତ୍ତୋଳନ ହୋଇଥିବା ଜଣା ପଡିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.