ଭୋଟର ସଚେତନତା ରଥ ଉଦ୍‌ଘାଟିତ ।

0 256

ଯାଜପୁର,୨୫/୦୧(ପିପିଟି); ଭୋଟର ମାନେ ଗଣତନ୍ତ୍ରର ମୂଲ୍ୟବାନ ସମ୍ବଳ । ସେମାନଙ୍କର ବହୁ ମୂଲ୍ୟ ମତଦାନ ଗଣତନ୍ତ୍ରକୁ ସୁଦୃଢ କରିଥାଏ । ତେଣୁ ସମସ୍ତ ସାବାଳକ ମାନଙ୍କୁ ଭୋଟର ତାଲିକାରେ ସାମିଲ ଓ ମତାଧିକାର ସାବ୍ୟସ୍ତ କରିବା ସମ୍ପର୍କରେ ଏକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ଉଦ୍‌ଘାଟନ କରିଛନ୍ତି । ଏହି ରଥ ଜିଲ୍ଲା ପରିକ୍ରମା କରି ଭୋଟର ମାନଙ୍କୁ ସଚେତନ କରାଇବ । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା, ଲୋକ ସମ୍ପର୍କ ଅଧିକାରୀ, ଜରୁରୀ ବିଭାଗର ପ୍ରକଳ୍ପ ମ୍ୟାନେଜର ଦେବାଶିଷ ପ୍ରଧାନ, ନିର୍ବାଚନ ବିଭାଗର କର୍ମଚାରୀ ହରିଶ ହାଇବ୍ରୃ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.