ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ରାଜସ୍ବ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ।

0 253

ଭଞ୍ଜନଗର,୨୨/୦୧(ପିପିଟି); ଓଡିଶା ସରକାରୀ ଜମି ବନ୍ଦୋବସ୍ତ ନିୟମ, ଓଡିଶା ଭୁସଂସ୍କାର ଆଇନ, ଦାଖଲ ଖାରଜ ମାମଲାର ଫଇସଲା, ଗ୍ରାମ କଣ୍ଟ, ବେବନ୍ଦୋବସ୍ତ, ଓଡିଶା ସାର୍ଟିଫିକେଟ ନିୟମ,ବିପର୍ଯୟ ଜନିତ ମିଳୁଥିବା ଅନୁକମ୍ପା ରାଶି ସହାୟତା ପ୍ରଦାନ ନିୟମ,ଓଡିଶା ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନ, ସୂଚନା ଅଧିକାର ନିୟମ ଓ ଓଡିଶା ଲୋକ ସେବା ଅଧିକାର ନିୟମ, ରାଜସ୍ବ ବିଭାଗର ଅନ୍ୟ ନୀତି ନିୟମ ଇତ୍ୟାଦି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବର ଆଜି ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ଉଦଘାଟିତ ହେଇଯାଇଛି । ଏଥିରେ ଭଞ୍ଜନଗର ଉପଖଣ୍ଡ ର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ଆର.ଆଇ, ଏ. ଆର. ଆଇ . ଡ଼ିଲିଙ୍ଗ ଆସିସଷ୍ଟାଣ୍ଡ, ସୁପରଭାଇଜର ଅନ୍ୟ ରାଜସ୍ବ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼, ଗଞ୍ଜାମ ଡେପୁଟି କଲେକଟର ଏମାର୍ଜେନ୍ସି ଡ଼ଃ ଦିବ୍ୟ ଲୋଚନ ମହାନ୍ତ, ଡେପୁଟି କଲେକଟର ରାଜସ୍ବ ଡ଼ଃ ବିଜୟାନନ୍ଦ ସେଠୀ, ଡେପୁଟି କଲେକଟର ଜୁଡ଼ିସିଆଲ ରାଜ କିଶୋର ଜେନା, ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ସୋରଜ କୁମାର ଦାସ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଏହି ପ୍ରଶିକ୍ଷଣ ଶିବିର ୨୨ ଏବଂ ୨୩ ତାରିଖ ଦୁଇ ଦିନ ଧରି ଚାଲିବ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.