ପ୍ରବନ୍ଧ ପ୍ରତିଯୋଗିତା ରେ ପୁରସ୍କୃତ ହେଲେ କୃତି ଛାତ୍ର ଛାତ୍ରୀ ।

0 429

ଭଞ୍ଜନଗର,୨୦/୦୧(ପିପିଟି); ଭଞ୍ଜନଗର ଠାରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଗତ ୧୮ତାରିଖ ଠାରୁ ପାଳନ ହେଉଥିବା ବେଳେ ଏହି ଅବସରରେ ସ୍ଥାନୀୟ ଶ୍ରୀରାମ ନଗର ଠାରେ ଥିବା ସତ୍ୟସାଇ ଆବାସିକ ବିଦ୍ୟାଳୟ ରେ “ସଡକ ସୁରକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ କର୍ତ୍ତବ୍ୟ” ବିଷୟରେ ଏକ ଲିଖିତ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୧୦ଶ୍ରେଣୀର ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ଏହି ବିଦ୍ୟାଳୟର ଛାତ୍ରୀ ଗାୟତ୍ରୀ ଦେବୀ ସାମନ୍ତରାୟ ପ୍ରଥମ, ହରପ୍ରିୟା ରାଉତ ଦ୍ଵିତୀୟ ଓ ଛାତ୍ର ପତିତପାବନ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏହି ବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ କୁମାର ଶତପଥି, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମିଶ୍ର,ସଭାପତି ଶୂଳପାଣି ଶତପଥି ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.