ପିଲା ମାନଙ୍କ ଜୀବନ ସହିତ ଖେଳ ଖେଳୁଛି ବିଦ୍ୟୁତ୍ ବିଭାଗ, ବାରମ୍ବାର ଗ୍ରାମ ବାସୀ ଅଭିଯୋଗ କଲେ ମଧ୍ୟ କାର୍ଯ୍ୟ ଶୂନ୍ୟ ।
ସାନଖେମୁଣ୍ଡି,୧୯/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ଅନ୍ତର୍ଗତ ଡୋଳବ ଗ୍ରାମରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଯାହା ୦୧/୦୩/୧୯୩୮ ମସିହାରେ ସ୍ଥାପିତ ହୋଇଥିଲା । ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ରୁ ଉର୍ଦ୍ଧ୍ବ ପିଲାଙ୍କୁ ଏଠି ଶିକ୍ଷା ଦିଆଯାଏ । ହେଲେ ଦୁର୍ଭାଗ୍ୟର ବିଷୟ ଏଠି ପିଲା ମାନଙ୍କ ଜୀବନ ଏବେ ଅନ୍ଧକାର ହେବା ସହ ଜୀବନ ପ୍ରତି ବିପଦ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ସ୍କୁଲ ପାଖରେ ବିପଦ ପୂର୍ଣ୍ଣ ଅବସ୍ଥାରେ ବିଦ୍ୟୁତ୍ ବିତରଣ ଟ୍ରାନ୍ସଫର୍ମ ରହିଛି ଯାହାକି ଛୋଟ ପିଲମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ପାଖରେ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ରହିଛି । ସ୍କୁଲ କମିଟି ଏବଂ ଗ୍ରାମ ବାସୀ ଏ ସମ୍ବନ୍ଧରେ ବିଦ୍ୟୁତ୍ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ବିଦ୍ୟୁତ୍ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଟ୍ରାନ୍ସଫର୍ମକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇପାରିନାହିଁ । ଏଠି ପ୍ରଶ୍ନ ଉଠୁଛି ବାରମ୍ବାର ଅଭିଯୋଗ କଲା ପରେ ମଧ୍ୟ ବିଦ୍ୟୁତ୍ ବିଭାଗର କୌଣସି ପ୍ରତିକ୍ରିୟା ନାହିଁ । କେବେ ବିଦ୍ୟୁତ୍ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
(ରିପୋର୍ଟ- ଆରତ କୁମାର ହୋତା। )