ଉଲୁଣ୍ଡା,୧୭/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ଗ୍ରାମ ପଂଚାୟତ ଅନ୍ତର୍ଗତ ବମରାଜ ଗ୍ରାମର ଶ୍ୟାମସୁନ୍ଦର ପଣ୍ଡା ଓଡିଶା କ୍ରିକେଟ ଆସୋସିଏସନ ରେ ଅମ୍ପାୟାର ମାନ୍ୟତା ଲାଭ କରିଥିବା ନେଇ ଓସିଏ ପକ୍ଷରୁ ଘୋଷଣା କରାଯାଇଛି । ଶ୍ରୀ ପଣ୍ଡା ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ କ୍ରିକେଟ ଅମ୍ପାୟାରିଂ କ୍ଷେତ୍ରରେ ମନୋନିବେଶ କରି ଜିଲ୍ଲା ତଥା ରାଜ୍ୟ ସ୍ଥରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାନଙ୍କରେ ନିଜର ଦକ୍ଷତା ଦେଖାଇସାରିଛନ୍ତି । ସେ ସୁବର୍ଣପୁର ଲାଲମନୀ କପ, ପଦ୍ମପୁର ର ବୋରାସମ୍ବର କପ,ସୁବର୍ଣ୍ଣପୁର ପ୍ରିମିୟର ଲିଗ ସମେତ ଝାଡଖଣ୍ଡ,ଛତିସଗଡ଼ ପ୍ରିମିୟର ଲିଗ ଭଳି ଟୁର୍ଣ୍ଣାମେଣ୍ଟ ମାନଙ୍କରେ ନିଜର ଅମ୍ପାୟାରିଂ ର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।ତେବେ ତାଙ୍କର ଏହି ସଫଳତା ପାଇଁ କ୍ରିକେଟ ଖେଳାଳୀ, ଖେଳାପ୍ରେମୀ,ଶୁଭେଛୁ,ପ୍ରଶଂସକ ତଥା ଅଞ୍ଚଳବାସୀ ଶୁଭେଚ୍ଛା ଜଣେଇଛନ୍ତି ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )