ବାଲି ଚୋରା ଚାଲାଣ ବେଳେ ଧରପଡ଼ିଲା ଦୁଇ ହାଇୱ। : ଲକ୍ଷେ ଟଙ୍କାରୁ ଅଧିକ ଜୋରିମାନା ।

0 532

ଉଲୁଣ୍ଡା,୧୭/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଦିନକୁ ଦିନ ବାଲି ଚୋରା ଚାଲାଣ ବଢ଼ିବାରେ ଲାଗିଛି । ଜିଲ୍ଲାର ନଦୀ ନାଳ ମାନଙ୍କରୁ ବହୁ ମାତ୍ରାରେ ଟ୍ରାକ୍ଟର ଟ୍ରକ ଡମ୍ପର ସାହାଯ୍ୟରେ ବାଲି ଚୋରା ଚାଲାଣ ଯୋଗୁ ବ୍ୟାପକ ରାଜସ୍ବ ହାନି ହେଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ଚୋରା ବାଲି ମାଫିଆ ମାନେ ଟିକିଏ ବି ଭୟ ନ କରି ଦିନ ଦ୍ବୀପହରେ ବେଧଡକ ବାଲି ଚୋରା ଚାଲାଣ କରୁଛନ୍ତି । ଗତକାଲି ରାତିରେ ଉଲୁଣ୍ଡା ତହସିଲଦାର ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରି ବାଲି ବୋଝେଇ ହାଇୱ। ଜବତ କରିବା ସହ ଜୋରିମାନା ଆଦାୟ କରିଛନ୍ତି । ସୂଚନା ଅନୁସାରେ ଗତ ଶୁକ୍ରବାର ସନ୍ଧ୍ୟା ସମୟରେ ବିରମହାରାଜପୁର ଦୁରଦୁରା ମହାନଦୀ ଘାଟରୁ ଏକ ହାଇୱ।(ଓଡ଼ି୧୫ଏଚ ୨୪୯୭) ସମ୍ବଲପୁର ଅଭିମୁଖେ ଯାଉଥିବା ଜାଣି ପାରି ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାୟକ ଉଲୁଣ୍ଡା ଥାନା ସମ୍ମୁଖରେ ଅଟକାଇ ଆବଶ୍ୟକ କାଗଜପତ୍ର ମାଗିଥିଲେ କିନ୍ତୁ ଡ୍ରାଇଭର ସେସବୁ ଦେଖାଇ ନ ପାରିବାରୁ ଗାଡିକୁ ଅଟକ ରଖି ୫୧ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ । ସେହିପରି ଉଲୁଣ୍ଡା ବ୍ଲକ ମହଦା ଠାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଏକ ଚୋରା ବାଲି ବୋଝେଇ ଟ୍ରକକୁ (ଓଡ଼ି୧୫ପି ୪୨୭୯) ଅଟକ ରଖି ବିରମହାରାଜପୁର ତହସିଲଦାରଙ୍କୁ ଖବର ଦେଇଥିଲେ । ତହସିଲଦାର ସେଠାରେ ପହଞ୍ଚି ଟ୍ରକର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରିବା ସହ ୫୧ ହଜାର ଜୋରିମାନା ଆଦାୟ କରିଥିଲେ ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.