ଆରମ୍ଭ ହେଲା କୋଭିଡ଼ ଟୀକାକରଣ; ମେଡ଼ିକାଲ ଅଧିକ୍ଷକ ନେଲେ ପ୍ରଥମ ଟୀକା ।

0 473

ଭଞ୍ଜନଗର,୧୬/୦୧(ପିପିଟି); କରୋନା ମହାମାରୀ ଠାରୁ ରକ୍ଷା ପାଇବା ନିମନ୍ତେ ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି କୋଭିଡ଼ ଟୀକାକରଣ।ଦିନ ସାଢେ ଦଶଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବ ବୃହତ୍ତ ଟୀକାକରଣ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।ଓଡିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।ପ୍ରଥମ ଦଫାରେ ୧ଲକ୍ଷ ୯୨ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟୀକା ପ୍ରଦାନ କରିବା ସ୍ଥିର ହୋଇଛି। ସେହିପରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ମଧ୍ୟ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଟୀକାକରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। କୋଭିଡ଼ ଟୀକା ର ପ୍ରଥମ ଡୋଜକୁ ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥିଙ୍କୁ ଦେବା ପରେ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା। ଆଜି ପ୍ରଥମ ଦିବସରେ ୧୨୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟୀକା ପ୍ରଦାନ କରାଯାଇଛି। ମୋଟ ୨୦୭ ଜଣଙ୍କୁପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବ। ଏହି ଟୀକାକରଣ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ମେଡ଼ିକାଲର କର୍ମଚାରୀ ମାନେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.