ହିଞ୍ଜିଳିକାଟୁ, ୧୫/୦୧(ପିପିଟି); ଗଞ୍ଜାମ ଜିଲ୍ଲାର ହିଞ୍ଜିଳିବ୍ଲକ ଅନ୍ତର୍ଗତ ଦାରୁଭଦ୍ରା ପଞ୍ଚାୟତରେ ବିଜୁ କନ୍ୟା ରତ୍ନ ଯୋଜନା ଅନ୍ତର୍ଭୁକ୍ତ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ୟା ସନ୍ତାନକୁ ଅଲୋଡ଼ା ଭାବି ପୁତ୍ର ସନ୍ତାନ ପାଇଁ ବାପା ଓ ମା ଆଶା କରୁଥିବା ବେଳେ ସରକାର କନ୍ୟା ସନ୍ତାନ ପାଇଁ ଆଗ୍ରହ ସୃଷ୍ଟି ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରି ଝିଅ ଓ ପୁଅ ସମତୁଲ୍ଯ ସହିତ କନ୍ୟା ମାନଙ୍କ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହାୟତା ଯୋଗାଇଦେବାକୁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ।ସୂଚନାପ୍ରକାରେ ଆଜି ସମ୍ମନ୍ବିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ଶୁଭଶ୍ରୀ ପାତ୍ରଙ୍କ ତତ୍ବାବଧାନରେ ଦାରୁଭଦ୍ରା ଗ୍ରାମରେ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟରଞ୍ଜନ ପୃଷ୍ଟି ମୁଖ୍ୟ ଅତିଥି ରୁପେ ଗ୍ରହଣ କରି ୪ଶିଶୁ କନ୍ୟାରତ୍ନଙ୍କୁ ବନ୍ଦାପନା କରିବା ସହ ସମ୍ବର୍ଦ୍ଧିତ କରିଥିଲେ । ଏହିପରି ହିଞ୍ଜିଳି ବ୍ଳକ ଅନ୍ତର୍ଗତ ଭାବନ୍ଧ, ଶାସନ ଆମ୍ବଗାଁ, କଣ୍ଟେଇକୋଳୀ ,ରାଳବ ଓ ଶିକିରି ଗ୍ରାମର ଶିଶୁ କନ୍ୟାରତ୍ନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଗ୍ରାମର ସରପଞ୍ଚ ,ସମିତି ସଭ୍ୟ ଓ ସଭ୍ଯା ,ସମ୍ମନ୍ବିତ ମହିଳା ଓ ଶିଶୁ ବିଭାଗୀୟ କର୍ମଚାରୀ ,ଅଙ୍ଗନୱାଡି କର୍ମୀ ପ୍ରମୁଖଙ୍କ ସହ ଆଶାକର୍ମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)
Next Post