ଜଗତସିଂହପୁର,୧୩/୦୧(ପିପିଟି); ଦୀର୍ଘ ୫୦ ଦିନ ଧରି ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ତିନୋଟି କୃଷି ଆଇନ ପ୍ରତ୍ୟାହାର ପାଇଁ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଚାଲିଛି । ଏହାକୁ ଅଖିଳ ଭାରତ ଯୁବକ ସଂଘ ଓ ଅଖିଳ ଭାରତ ଛାତ୍ର ସଂଘ ମଧ୍ୟ ଏହି ଆନ୍ଦୋଳନରେ ସକ୍ରୀୟ ଭାବେ ଅଂଶଗ୍ରହଣ କରୁଛନ୍ତି । ଏଆଇଓ୍ଵାଇଏଫ୍ ଏବଂ ଏଆଇଏସ୍ଏଫ୍ ଜାତୀୟ ନେତୃତ୍ୱ ଏହାର ସମସ୍ତ ୟୁନିଟକୁ ଏକତ୍ରିତ ହୋଇ ୧୩ ଜାନୁଆରୀ , ସନ୍ଧ୍ୟା ୭ ଟାରେ କୃଷକମାନଙ୍କୁ ସମର୍ଥନ କରି ‘ଟର୍ଚ୍ଚ ଲାଇଟ୍ ଶୋଭାଯାତ୍ରା’ ଆୟୋଜନ କରିବାକୁ ଆହ୍ଵାନ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏଆଇଓ୍ଵାଇଏଫ ଓ ଏଆଇଏସ୍ଏଫ୍ ର ସକ୍ରିୟ ସଦସ୍ୟ ମାନଙ୍କ ତରଫରୁ ବିଭିନ୍ନ ସ୍ଥାନରେ ଟର୍ଚ୍ଚ ଲାଇଟ୍ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଆଜି ସନ୍ଧ୍ୟା ୭ଟା ସମୟରେ ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଜିଲ୍ଲା ଆବାହକ ରୋଜାଲିନ ଦାଶ, ଜିଲ୍ଲା କମିଟି ସଦସ୍ୟ ବିରଜା ପ୍ରସାଦ ମହାନ୍ତି,ଏଆଇଏସ୍ଏଫ୍ ଜିଲ୍ଲା କମିଟି ସଦସ୍ୟ ଲକ୍ଷ୍ମୀପ୍ରିୟା ଭୋଇ, ନିତ୍ୟାନନ୍ଦ ଭୋଇ, ପୁଷ୍ପଲତା ସ୍ଵାଇଁ, ମୋନାଲିସା ଦାସ ପ୍ରମୁଖ ପଟିଲୋ-ଜଗତସିଂହପୁର ରାସ୍ତା ରେ କେନ୍ଦ୍ର ସରକାର ବିରୋଧରେ ଏକ ମଶାଲ ଶୋଭାଯାତ୍ରା କରି ପ୍ରଦର୍ଶନ କରିଛନ୍ତି ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)