ଭଞ୍ଜନଗର,୧୩/୦୧(ପିପିଟି); ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଉପଖଣ୍ଡ ସ୍ତରୀୟ ମଲ୍ଟିଡିସିପ୍ଲିନାରୀ ବୈଠକ ଅନୁଷ୍ଠିତ ହେଇଯାଇଛି । ବୈଠକ ନିଷ୍ପତି ପ୍ରକାରେ ଚୋରା ମାଦକ କାରବାରକୁ ପ୍ରଶୟ ଦିଆ ଯିବ ନାହିଁ । ବେଆଇନ ଭାବେ ଅସାଧୁ ବ୍ୟବସାୟୀ ମାନେ ବିଭିନ୍ନ ମାଦକ ଦ୍ରବ୍ୟ ପ୍ରସ୍ତୁତ ସହ ବିକ୍ରୟ କରୁଛନ୍ତି । ପୋଲିସ ଅବକାରୀ ଏବଂ ମାଜିଷ୍ଟ୍ରଟେ ମାନେ ଉତ୍ତମ ବୁଝାମୁଣା ରକ୍ଷାକରି ବେଆଇନ କାରବାରକୁ ରୋକିବାକୁ ପଡିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଂଜ଼ ମତବ୍ୟକ୍ତ କରିଛନ୍ତି । ବେଆଇନ ଔଷଧ ଦୋକାନ, କ୍ଵାକ ମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହମ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉପଜିଲ୍ଲାପାଳ ଶ୍ରୀ ମିଂଜ଼ ବିଗତ ଦିନରେ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବେଆଇନ କାରବାରକୁ ବ୍ରେକ ଲଗେଇବାରେ ସଫଳ ହେଇଥିବାରୁ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ପ୍ରଶଂସା କରିଛନ୍ତି । ଆଗକୁ ମଧ୍ୟ ଏମିତି ସମନ୍ୱୟ ରକ୍ଷା କରି କାର୍ଯ୍ୟ ଜାରି ରଖିବାକୁ ଉତ୍ସାହିତ କରିଥିଲେ । ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଖଣ୍ଡର ସମସ୍ତ ତହସିଲଦାର ସମେତ ଅବକାରୀ ବିଭାଗର ଡେପୁଟି ସୁପରିଟେଣ୍ଡେଣ୍ଟ ଅଭିରାମ ବେହେରା, ଇନିସ୍ପେକଟର ଷ୍ଟ୍ରାକିଙ୍ଗଫୋର୍ସ ପ୍ରିତିଧାରା ନାୟକ, ଇନିସ୍ପେକଟର ଆସ୍କା ରେଞ୍ଜ ଧିରେନ ବେହେରା, ଇନିସ୍ପେକଟର ଭଞ୍ଜନଗର ରେଞ୍ଜ ପାର୍ଥ ସାରଥୀ ରାଉତ, ସବଇନିସ୍ପେକଟର ଷ୍ଟ୍ରାକିଙ୍ଗଫୋର୍ସ ଦିଗାଲ, ସବଇନିସ୍ପେକଟର ସୋରଡ଼ା ମୋହନ ପ୍ରଧାନ, ସବଇନିସ୍ପେକଟର ବୁଗୁଡ଼ା ଆନପା ମାରାଣ୍ଡି ସମେତ ଡ୍ରଗ ଇନିସ୍ପେକଟର ପ୍ରସନ୍ନ କୁମାର ମଲ୍ଲିକ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )