ମାଁ ମାହେଶ୍ୱରୀ ଦେବୀଙ୍କର ନବକଳେବର ପାଇଁ ପ୍ରସ୍ତୁତି ବୈଠକ ।

0 277

ଉଲୁଣ୍ଡା୧୧/୦୧(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ର ପ୍ରସିଦ୍ଧ ମାହେଶ୍ୱରୀ ପୀଠ କାନପୁର ଗ୍ରାମର ଦେମୂଳ ପୀଠରେ ମାଁ ମାହେଶ୍ୱରୀ ଦେବୀଙ୍କର ନବକଳେବର ପାଇଁ ଜିଲ୍ଲା ଯୁବ ଡୁମାଲ ପରିଷଦ,ସୁବର୍ଣ୍ଣପୁର ଶାଖା ସଭାପତି ଅଶ୍ୱିନୀ କୁମାର ମହାକୁରଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ବରିଷ୍ଠ ଆଇନଜୀବୀ ସ୍ୱୟଂଭୁନାଥ ଖଣ୍ଡଗିରି ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ହିଲୁଙ୍ଗ କେନ୍ଦ୍ର ସଭାପତି କାର୍ତ୍ତିକ ଖଣ୍ଡଗିରି,ମୂର୍ଷୁଣ୍ଢି କେନ୍ଦ୍ର ସଭାପତି ଦୟାସାଗର ମେଂଡ଼ିଲି,ଉଫୁଲା କେନ୍ଦ୍ର ସମ୍ପାଦକ ଅଯତ୍ନ କଲତା,ଡୁମାଲ ପରିଷଦର ବରିଷ୍ଠ ସଦସ୍ୟ ଦିଲ୍ଲୀପ ବାରିକ, ଦିବ୍ୟଲୋଚନ ଗଉନ୍ତିଆ, ଶଶୀକାନ୍ତ ପଧାନ, ମାହେଶ୍ୱରୀ ସେନା ସଦସ୍ୟ ପଦ୍ମଲୋଚନ ଗାଇଗରିଆ,ଭୀଷ୍ମ ପଧାନ,ବରୁଣ କଲତା ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।ବୈଠକରେ ଆସନ୍ତା ଚୈତ୍ର ମାସ ନବରାତ୍ରରେ ହେବାକୁ ଥିବା ନବକଳେବର ପାଇଁ ୧୦୮ ଢୋଲ ମହୁରୀ ସହିତ ୨୦୦ କଳସ ଶୋଭାଯାତ୍ରା,ଜିଲ୍ଲାର ସମସ୍ତ ମାହେଶ୍ୱରୀ ମନ୍ଦିରର ଦେହେରି ମାନେ ଦେବୀଙ୍କ ସ୍ନାନ ସମୟରେ ସହଯୋଗ କରିବା ସମ୍ପର୍କରେ ଆଲୋଚନା କରଯାଇଥିଲା । ଶେଷରେ ଶଶିକାନ୍ତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.