ଭୁବନେଶ୍ବର,୧୧/୦୧(ପିପିଟି);ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୪୪ । ବର୍ତ୍ତମାନ ସୁଦ୍ଧା ୭୨,୦୧,୭୩୬ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୨,୧୦୬ ଚିହ୍ନଟ ହୋଇଛନ୍ତି ୩,୨୮,୦୪୩ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୧୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୮୯୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ନୂତନ ଆକ୍ରାନ୍ତ ୨୪୪ ଜଣଙ୍କ ମଧ୍ୟରୁ ୧୪୨ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୧୦୨ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।