ଯାଜପୁର,୦୮/୦୧(ପିପିଟି); ସକାଳ ପ୍ରାତ ଭ୍ରମଣ କରୁଥିବା ବେଳେ ଯୁବତୀଙ୍କ ଉପରେ ଚିପ୍ସ ବୋଝେଇ ଟ୍ରକ୍। ଯାଜପୁର ସଦର ଥାନା ଅନ୍ତର୍ଗତ କେତକିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।ସମ୍ପୃକ୍ତ ଯୁବତୀ ପ୍ରାତ ଭ୍ରମଣ ଯାଇଥିବା ବେଳେ ଟ୍ରକ୍ ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ହେଲେ ସ୍ଥାନୀୟ ବାରୁଆଁ ଗାଁର ବର୍ଷାରାଣୀ ଜେନା(୧୭)।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁୁୁଝା କରିଛି । ଖବର ଅନୁସାରେ, ଆଜି ସକାଳୁ ସାଙ୍ଗମାନଙ୍କ ସହ ବର୍ଷାରାଣୀ ମର୍ଣ୍ଣିଂଓ୍ୱାକ୍ କରୁଥିବା ବେଳେ ପଛ ପଟୁ ଏକ ଚିପ୍ସ ବୋଝେଇ ଟ୍ରକ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବର୍ଷାଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।