କସାଂମାରୀରେ ୧୦ ବର୍ଷରୁ ଉର୍ଦ୍ଧ୍ବ ହେବ ପାଣି ସମସ୍ୟା, ନୂତନ ପ୍ରକଳ୍ପ ନିର୍ମାଣର ଗୁଣାତ୍ମକ ମାନକୁ ନେଇ ସନ୍ଦେହ।

0 1,615

ସାନଖେମୁଣ୍ଡି, ୦୫/୦୧(ପିପିଟି); ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଂସାମାରି ଗ୍ରାମରେ ଆଜକୁ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ବ ଦିନ ହେବ ଗ୍ରାମର ଲୋକେ ପାନୀୟ ଜଳ ପାଇଁ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ୧୦ ବର୍ଷ ପୂର୍ବେ ଗ୍ରାମକୁ ମୌଳାଭଞ୍ଜାରୁ ପାଇପ ମାଧ୍ୟମରେ ପାନୀୟ ଜଳ ମିଳୁଥିଲା । ହେଲେ ଅତି ଦୁଃଖର ବିଷୟ ମାତ୍ର ଅଳ୍ପ ଦିନ ପାଣି ଆସିଲା ପରେ ଆଉ ଆସିଲା ନାହିଁ । ଲୋକ ମାନଙ୍କ ଦୁଃଖ ପୁଣି ଆସିଲା ପାଣି ପାଇଁ । ଏମିତିରେ ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ଗ୍ରାମକୁ ପାଣି ବୁନ୍ଦେ ବି ମିଳିଲା ନାହିଁ । ନୂତନ ପ୍ରକଳ୍ପ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ସମ୍ପର୍ଣ୍ଣ ହୋଇପାରୁନାହିଁ । ଲୋକ ଦେଖାଣିଆ ପାଇଁ ଗ୍ରାମରେ ପାଇପ ସଂଯୋଗ କରି ରଖିଦିଆଯାଇଛି । ପିପିଟି ନ୍ଯୁଜ୍ ପାଖରେ ଲାଗିଥିବା ସୂଚନା ତଥ୍ୟରୁ ଜଣାପଡିଛି ଯେ, ୨୦୧୮- ୧୯ ଆର୍ଥିକ ବର୍ଷରେ ୧କୋଟି ୭୭ଲକ୍ଷ ୭୯ ହଜାର ଟଙ୍କାର ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଏଷ୍ଟିମେଟ ହୋଇଥିଲା। ଏଷ୍ଟିମେଟ ମୂଲ୍ୟ ଠାରୁ ଅର୍ଥ କାଟି ଠିକାଦାର ଟେଣ୍ଡର ହାତେଇ ଥିଲେ। ଏଗ୍ରୀମେଣ୍ଟ ମୂଲ୍ୟ ୧,୫୪,୪୭,୫୬୨ ଟଙ୍କା । ତା- ୨୪/୦୬/୨୦୧୯ ରେ ଏଗ୍ରୀମେଣ୍ଟ ସ୍ବାକ୍ଷରିତ ହୋଇଛି କିନ୍ତୁ କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ନଥାଇ ନିର୍ବାହୀ ଯନ୍ତ୍ରୀ ସ୍ବାକ୍ଷର କରିଛନ୍ତି ଯାହା କି ଆଇନ ସମ୍ମତ ନୁହେଁ। ୨୮୦ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି କିନ୍ତୁ ଯନ୍ତ୍ରୀ ଓ ଠିକାଦାରଙ୍କ ମନ୍ଦ ଉଦ୍ଦେଶ୍ୟ ଯୋଗୁଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ଏଷ୍ଟିମେଟ ମୂଲ୍ୟ ଠାରୁ ୨୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା କମାଇ ଟେଣ୍ଡର ହାତେଇ ଥିବା ଠିକାଦାର କେବେବି ଭଲ କାର୍ଯ୍ୟ କରିବା ସମ୍ଭବ ନୁହେଁ। ନେତା ଓ ଯନ୍ତ୍ରୀଙ୍କ ପିସି ପୁଣି ଠିକାଦାରଙ୍କ ଲାଭକୁ ଦେଖିଲେ କାର୍ଯ୍ୟ ସ୍ଥାୟିତ୍ବ ଓ ଗୁଣବତ୍ତା ଉପରେ ସନ୍ଦେହ ସୃଷ୍ଟି ହେବା ସ୍ବଭାବିକ। ସରକାର ପନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥ ଦେଲେ କିନ୍ତୁ ଅର୍ଥ ସଠିକ୍ ବିନିଯୋଗ ହୋଇଛି କି ନାହିଁ ତାହା ଗ୍ରାମବାସୀ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ। ନଚେତ୍ କାର୍ଯ୍ୟ ଶେଷ ପରେ ଠିକାଦାର ଓ ଯନ୍ତ୍ରୀଙ୍କୁ ଖୋଜିବା ମୁସ୍କିଲ୍ ହୋଇଯିବ। କସାଂମାରୀ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣର ଏଷ୍ଟିମେଟ ଓ ଏଗ୍ରୀମେଣ୍ଟ ପିପିଟି ନ୍ଯୁଜ୍ କାର୍ଯ୍ୟାଳୟରେ ଅଛି। ସଂପୃକ୍ତ ଗ୍ରାମର କୌଣସି ବ୍ୟକ୍ତି ଅଧିକ ତଥ୍ୟ ଜାଣିବା ପାଇଁ ଚାହୁଁଥିଲେ ପିପିଟି କାର୍ଯ୍ୟାଳୟରୁ ଜେରକ୍ସ କରି ତଥ୍ୟ ନେଇ ପାରିବେ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.