ଦୁର୍ଜନତଇଲାରେ କୃଷକ ସଂଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ ।

0 575

ଉଲୁଣ୍ଡା,୦୧/୦୧(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବିରମଜରାଜପୁର ବ୍ଲକର ଉପାନ୍ତ ଅଂଚଳ ଦୁର୍ଜନତଇଲା ଠାରେ ବିରମହାରାଜପୁର କୃଷକ ସଂଗଠନର ଏକ ପଞ୍ଚାୟତସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯୁବ ଚାଷୀ ରଞ୍ଜିତ କୁମାର ଖେତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନର ସଭାପତି ରାଜେନ୍ଦ୍ର ନାୟକ,ଉପସଭାପତି ବୈକୁଣ୍ଠ ଶତପଥୀ,କୃଷକ ବିକାସ ପରିଷଦର ରାଜେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚାଷୀମାନେ ସଂଗଠିତ ହେବାକୁ ବୁଝାଇବା ସହ ସରକାରଙ୍କର ଧାନ କ୍ରୟ ନୀତିର ବିଭିନ୍ନ ଦିଗ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ।ଚାଷୀ ଫକୀର ପାଢ଼ୀ,ଚିତ୍ତରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଲମ୍ବୋଦର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.