୩୦ରେ ଥାନାରେ ରୁପାନ୍ତରିତ ହେବ ବେଲଗୁଣ୍ଠା ଫାଣ୍ଡି ,ଭାର୍ଚୁଆଲ୍ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

0 591

ବେଲଗୁଣ୍ଠା,୨୭/୧୨(ପିପିଟି);ଆସନ୍ତା ୩୦ତାରିଖରେ ବେଲଗୁଣ୍ଠା ଫାଣ୍ଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ନୁତନ ଥାନାକୁ ଉଦ୍ଘାଟନ କରିବେ । ଏ ନେଇ ୨୬ ତାରିଖରେ ସରକାରୀ ନିର୍ଦ୍ଦେଶ ନାମା ଆସିବା ପରେ ବେଲଗୁଣ୍ଠା ଫାଣ୍ଡିରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ସକାଳୁ ସକାଳୁ ଭଞ୍ଜନଗର ଏସ୍.ଡି.ପି.ଓ ସୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ବେଲଗୁଣ୍ଠା ଫାଣ୍ଡିରେ ପହଞ୍ଚି ପ୍ରସ୍ତୁତି ତଦାରଖ କରିଥିଲେ । ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଫାଣ୍ଡିରେ ଥିବା ଜବତ ପୁରୁଣା ଗାଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଅଳିଆ ,ଆବର୍ଜନା ସଫା କରାଯାଇଥିଲା । ଦିନତମାମ ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ମାନେ ପ୍ରସ୍ତୁତି ଚଳାଇ ନୁତନ ଥାନାର ନବୀକରଣ କରିଥିଲେ ।ବେଲଗୁଣ୍ଠା ଫାଣ୍ଡି ଥାନା ହେବା ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।ଏ ନେଇ ଅଞ୍ଚଳବାସୀ ଜିଲ୍ଲାପାଳ,ଏସ୍.ପି ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ପୁର୍ବରୁ ବେଲଗୁଣ୍ଠା ଫାଣ୍ଡି ଥାନା ହେବାର ଥିଲେ ମଧ୍ୟ କୋଭିଡ କଟକଣା ପାଇଁ କିଛି ମାସ ବିଳମ୍ବ ଘଟିଥିଲା । ଗତ ନଭେମ୍ବର ମାସ ୧୮ ତାରିଖରେ ରାଜ୍ୟରେ ୬ଟି ନୁଆ ଥାନା ଯଥା ଭରତପୁର (ଭୁବନେଶ୍ୱର),ଅନଗୁଳ ଜିଲ୍ଲାର ଅନୁଗୁଳ ସଦର,ଝାରସୁଗୁଡାର ସଦର ଥାନା, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା,ଭଦ୍ରକ ଜିଲ୍ଲା ସବରଙ୍ଗ ଓ ପିର୍ ହାଟ ପାଇଁ ପାଇଁ ରାଜ୍ୟପାଳଙ୍କ ମୋହର ଲାଗିଲା ପରେ ବେଲଗୁଣ୍ଠାରେ ଥାନା ହେବା ନିଶ୍ଚିତ ହୋଇଯାଇଥିଲା ।ଆସନ୍ତା ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିରେ ଉଦ୍‌ଘାଟନ କରିବାକୁ ଥିବା ବେଳେ ବେଲଗୁଣ୍ଠାଠାରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ,ଗଞ୍ଜାମ ଏସ୍.ପି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.