କବିସୂର୍ଯ୍ଯନଗର,୨୬/୧୨(ପିପିଟି); କବିସୂର୍ଯ୍ଯ ନଗର ବ୍ଲକ୍ ଅନ୍ତର୍ଗତ ପାଇକଯମୁନା ପାହାଡ଼ ଉପରେ ଥିବା ଶ୍ରୀ ସିଦ୍ଧେଶ୍ବର ମନ୍ଦିର ପରିବେଶ ଓ ସୌନ୍ଦର୍ଯ୍ୟ ପାଇଁ ବହୁତ ଅକର୍ଷଣୀୟ ହୋଇଛି । ସେଠାରେ ପାରଦ ଶିବ ଲିଙ୍ଗ ଥିବା ବେଳେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ରହିଛି । ଶିରିଡି ସାଇ ମନ୍ଦିର, ମା’ଦୁର୍ଗା, ଦତ୍ତତ୍ରୟ, ଶନିଦେବଙ୍କ ମନ୍ଦିର ରହିଛି ଏବଂ ଶ୍ରୀ ଜଗନ୍ନାଥ,ମା ବିମଳା ଓ ମା କମଳାଙ୍କ ମନ୍ଦିର ନିର୍ମାଣ ଚାଲିଛି । ପାହାଡ ଓ ଗଛ ସହିତ ପରିବେଶକୁ ସୁନ୍ଦର କରୁଛି । ସେଠାରେ ଅତିଥି ଭବନ ମଧ୍ୟ ରହିଛି । ସେଠାରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଦେଖିବା ପାଇଁ ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତତ୍ରୟ ଭାଉସାହେବ ଏବଂ ବିଡିଓ ବାସୁଦେବ ନାୟକ ପହଞ୍ଚି ମନ୍ଦିର ସମସ୍ତ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କରିଥିଲେ । ମନ୍ଦିର ପରିଚାଳନା ପାଇଁ ସ୍ଥାୟୀ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
(ରିପୋର୍ଟ- ଉମାଚରଣ ପଟନାୟକ)