ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ।

0 871

ବ୍ରହ୍ମପୁର,୨୪/୧୨(ପିପିଟି) : ରାୟଗଡା ଜିଲ୍ଲା ଗୁଣୁପୁର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀଙ୍କ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଇଛି। ଏଥି ପୂର୍ବରୁ ବ୍ରହ୍ମପୁରସ୍ଥିତ ତାଙ୍କ ନିଜସ୍ଵ ବାସଭବନ ସମେତ ଧରାକୋଟ , ପୁରୀରେ ମଧ୍ୟ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଧରାକୋଟରେ ଶ୍ରୀ ପାଢ଼ୀଙ୍କ କ୍ରସର ଚାଲୁଥିବା ବେଳେ, ଗୁଣୁପୁରରେ କିଛି ମିଳିନାହିଁ । ଭିଜିଲାନ୍ସ ବିଭାଗ ଚଢାଉ କରି ୧,୮୩,୬୪,୯୯୨ ସମ୍ପତ୍ତି ଠାବ କରିଛି।

Leave A Reply

Your email address will not be published.