ରଙ୍ଗେଇଲୁଣ୍ଡା ବ୍ଲକର ତାରିଣୀପେଣ୍ଠ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅଧାରେ ଅଟିକିଛି।

0 1,902

ବ୍ରହ୍ମପୁର,୨୪/୧୨(ପିପିଟି); ରଙ୍ଗେଇଲୁଣ୍ଡା ବ୍ଲକର କରାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତାରିଣୀପେଣ୍ଠ ଗ୍ରାମରେ ୨୦୧୯ ନିର୍ବାଚନ ପୂର୍ବରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୨୦୨୦ ସରିବାକୁ ଯାଉଛି କିନ୍ତୁ ଟାଙ୍କି କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। କନିଷ୍ଠ ଯନ୍ତ୍ରୀଙ୍କ ଦାୟିତ୍ୱ ହୀନତା ଓ ଠିକାଦାରଙ୍କ ମନମୁଖୀ କାରବାର ଯୋଗୁଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ଅବସ୍ଥାରେ ରହିଛି। ସାଧାରଣ ଜନତା ମୌଳିକ ସୁବିଧାରୁ ବଞ୍ଚତ ହେଉଛନ୍ତି। ଠିକା କାର୍ଯ୍ୟ ନେବା ପୂର୍ବରୁ ଏଗ୍ରୀମେଣ୍ଟ ହୋଇଥାଏ। ଏଗ୍ରୀମେଣ୍ଟ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ ହେବା କଥା ନଚେତ୍ ଆର୍ଥିକ ଦଣ୍ଡ ବ୍ୟବସ୍ଥା ରହିଛି। ଏହି କାର୍ଯ୍ଯର ବିଳମ୍ବ ସଂପର୍କରେ ଛତ୍ରପୁର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗେ ପଚାରି ବୁଝିଥିଲୁ , ସେ କହିଛନ୍ତି କାର୍ଯ୍ୟ ବିଳମ୍ବ ହୋଇଛି। ଠିକାଦାର ସମୟ ଅବଧି ବଢାଇବା ପାଇଁ ଲେଖିଛନ୍ତି। ଫାଇନାଲ୍ ବିଲ୍ ଦେଲା ବେଳେ କାର୍ଯ୍ୟ ବିଳମ୍ବ ପାଇଁ ଅର୍ଥ କଟିଯିବା ବ୍ଯବସ୍ଥା ରହିଛି। ୨୦୧୮ ରୁ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୨୦୨୧ ମାର୍ଚ୍ଚ ମାସ ମଧ୍ୟରେ କାର୍ଯ୍ୟ ସରି ପାନୀୟ ଜଳ ଯୋଗାଣ ସମ୍ଭବ ହେବ କି ନାହିଁ ତାହା କହିହେବ ନାହିଁ। ଯୋଜନା ସଫଳ ନହେଉ ପଛେ ପ୍ରକଳ୍ପ ନିର୍ମାଣ କରି ପିସି ମିଳିଗଲେ ଗଲା । ଏହି ପ୍ରକଳ୍ପକୁ ତୁରନ୍ତ ନିର୍ମାଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପ୍ରତି ଭିଜିଲାନ୍ସ ବିଭାଗ ଦୃଷ୍ଟି ଦେଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.