ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିୟନର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ।

0 378

ଜଗତସିଂହପୁର,୧୮/୧୨(ପିପିଟି); ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସାଙ୍ଗଠନିକ ବୈଠକ ଓ ନୂତନ କର୍ମକର୍ତା ନିର୍ବାଚନ ଧଳତଙ୍ଗଗଡର ବିଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାଙ୍ଗଠନିକ ବୈଠକରେ ଜ଼ିଲ୍ଲାର ପ୍ରତି ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏଥିରେ ଜ଼ିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହାପରେ ସର୍ବସମ୍ମତିକ୍ରମେ ସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା ,ଏଥିରେ ଉପଦେଷ୍ଟା ଭାବେ କାହୁ ଚରଣ ନନ୍ଦ ,ପ୍ରଦୀପ୍ତ କିଶୋର ଚୌଧୁରୀ ,ବିଜୟ କୁମାର ସ୍ୱାଇଁ ,ଅଜୟକୁମାର ଜେନା ,ଆର୍ତତ୍ରାଣ ପତି, ପିନାକୀ ମହାନ୍ତି ,ଶଶାଙ୍କ ଶେଖର ପଣ୍ଡା ମନୋନିତ ହୋଇଥିବା ବେଳେ ସଭାପତି ଭାବେ ଶୁଭଙ୍କର ଜେନା ,ଉପସଭାପତି ଭାବେ ତପନ କୁମାର ରାଉତରାୟ,କଲ୍ୟାଣ ସେନ ,ସୁବ୍ରତ ନାୟକ ,ବୈଷ୍ଣବ ରାଉଳ ,ପ୍ରଳୟ କୁମାର ମହାପାତ୍ର ମନୋନୀତ ହୋଇଥିଲେ ଓ ସାଧାରଣ ସମ୍ପାଦକ ଭାବେ ଜ୍ୟୋତି ରଞ୍ଜନ ପରିଡା ,ସହ ସମ୍ପାଦକ ଭାବେ ଗୌରାଙ୍ଗ ସ୍ୱାଇଁ ,ପ୍ରତାପ କୁମାର ସିଂହ , ରଶ୍ମି କାନ୍ତ ପାଢ଼ୀ,ପିଣ୍ଟୁ ମୁଦୁଲି ,ସନ୍ତୋଷ କୁମାର ବେହେରା,ସଂଗ୍ରାମ କେଶରୀ ପଟ୍ଟନାୟକ,ତାରାପଦ ମହାନ୍ତି, ସାଂଗଠନିକ ସମ୍ପାଦକ ଭାବେ ବସନ୍ତ ବେହେରା ଓ ତନ୍ମୟ ପଣ୍ଡା, କୋଷାଧକ୍ଷ ଭାବେ ମାନସ ରଞ୍ଜନ ସ୍ୱାଇଁ ଓ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୧୫ ଜଣଙ୍କୁ ମନୋନୀତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସଭାପତି ପ୍ରସନ୍ନ କୁମାର ମହାନ୍ତି ,ଭରଚୁଆଲ ମାଧ୍ୟମରେ ସବୁ ସଦସ୍ୟଙ୍କୁ ସାମ୍ବାଦିକ ମାଙ୍କର ବିକାଶ ଓ ସମସ୍ୟା ଉପରେ ଆଗକୁ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନା କରିବେ ବୋଲି କହିଥିଲେ ,ଶେଷରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ନୂତନ ଭାବେ ସଙ୍ଘରେ ସାମିଲ ହୋଇଥିବା ସଦସ୍ୟ ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା ,ଶେଷରେ ସହସଂପାଦକ ଗୌରାଙ୍ଗ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.