ଡାକସେବକ କୀର୍ତ୍ତନଙ୍କୁ ମେଘଦୂତ ସମ୍ମାନ ।

0 503

କୋଦଳା,୧୭/୧୨(ପିପିଟି); ଉତ୍କୃଷ୍ଟ ସେବା ପାଇଁ ଡାକସେବକ କୀର୍ତ୍ତନ ନାୟକଙ୍କୁ ଡାକ ବିଭାଗ ତରଫରୁ ବିଭାଗୀୟ ସର୍ବୋଚ୍ଚ ସମ୍ମାନ ‘ମେଘଦୂତ ସମ୍ମାନ’ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାରେ ସେ ଗ୍ରାମୀଣ ଡାକ ସେବକ ବର୍ଗରେ ଓଡିଶାରୁ ପ୍ରଥମ ବୋଲି ଜଣାପଡିଛି। ଡାକ ବିଭାଗର ଏହି ସର୍ବୋଚ୍ଚ ସମ୍ମାନକୁ ଏକ ଭର୍ଚୁଆଲ ସଭା ମାଧ୍ୟମରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ରଦାନ କରିଛନ୍ତି। ଜାତୀୟ ସ୍ତରର ମେଘଦୂତ ସମ୍ମାନର ପରି ମଣ୍ଡଳର ମୂଖ୍ୟ ପୋଷ୍ଟ ମାଷ୍ଟର ଜେନେରାଲ କର୍ନେଲ ଜଳେଶ୍ବର କହଁରଙ୍କ ଦ୍ବାରା ସମ୍ମାନୀତ କରାଯାଇଛି। ସେ ବ୍ରହ୍ମପୁର ମଣ୍ଡଳର କୋଦଳା ଉପ ଡାକଘରର ମର୍ଦ୍ଦକୋଟ ଶାଖା ଘରେ ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟରତ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ମର୍ଦ୍ଦକୋଟ ଗ୍ରାମରେ। କୀର୍ତ୍ତନଙ୍କ ବୟସ ୪୮ ବର୍ଷ ହୋଇ ଥିବା ବେଳେ ସେ ଦୀର୍ଘ ୨୫ ବର୍ଷ ହେଲା ଡାକ ବିଭାଗରେ କାର୍ଯ୍ୟ କରି ଆସୁଛନ୍ତି। କରୋନା ସମୟରେ ଡାକସେବା ପ୍ରଦାନ କରି ୪୧୧୨ ଜଣଙ୍କୁ ଦ୍ବାରଦେଶରେ ଟଙ୍କା ଉଠାଣର ସୁବିଧା ପ୍ରଦାନ କରି ଏହି ସର୍ବୋଚ୍ଚ ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି। ଏଥିପାଇଁ ସେ ବହୁତ ଖୁସି ଅନୁଭବ କରିବା ସହ ଆଗକୁ ମଧ୍ୟ ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି। ଏହା ସହ ତାଙ୍କ ଧର୍ମ ପତ୍ନୀ , ବିଭାଗୀୟ ଅଧିକାରୀ ଓ ଗ୍ରାମ ବାସୀ ଗର୍ବ ଅନୁଭବ କରିଛନ୍ତି।

Leave A Reply

Your email address will not be published.