ଶିକ୍ଷା ବିଭାଗ କିରାଣୀ ବଦଳୀକୁ ନେଇ ଜଗତସିଂହପୁରରେ ଯୋରଦାର ଚର୍ଚ୍ଚା ।

0 364

ଜଗତସିଂହପୁ୍ର,୧୪/୧୨(ପିପିଟି); ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୬୧୨୦ରେ ଛଅ ବର୍ଷ ପୂରଣ କରିଥିବା କିଛି ବରିଷ୍ଠ ଓ କନିଷ୍ଠ କିରାଣିଙ୍କର ଗତ ୪ତାରିଖରେ ବଦଳୀ କରାଯାଇଛି। ଏଥିରେ ଚଞ୍ଚକତା କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ରଂଜନ ପଣ୍ଡା ଓ ସତ୍ୟ ନାୟକଙ୍କୁ ୧୦ ବର୍ଷ ହେବ ଗୋଟିଏ ବିଭାଗ ଦାୟିତ୍ବରେ ଦେଖିବାକୁ ମିଳୁଛି। ୨୦୧୫ ମସିହାରେ ହାଇସ୍କୁଲକୁ ଡେପିଟେସନ କରାଯାଇଥିଲେ ବି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ଜଣେ ଅତି ବେଶିରେ ୩ ବର୍ଷ ରହିବା କଥା। କିନ୍ତୁ ଉପରୋକ୍ତ ଦୁଇ କର୍ମଚାରୀ ୧୦ ବର୍ଷ ହେବ କାମ କରୁଥିଲେ ବି ତାଙ୍କ ପାଇଁ ଏହି ନିୟମ କିପରି କାମ କରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନ୍ୟ ପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନାମ ଥାଇ ଚାରି ବର୍ଷରେ ୩ଟି ବ୍ଲକ ବୁଲାଇବା ପରେ ପୁଣି ଛଅ ବର୍ଷ ତାଲିକାରେ ବଦଳୀ କରିବା କେତେ ଯଥାର୍ଥ ତାହା ବିଚାର ଯୋଗ୍ୟ ବିଷୟ ବୋଲି କୁହାଯାଉଛି। ସୂଚନାନୁଯାୟୀ ଏହି ତାଲିକାରେ ପ୍ରଥମରେ ରହିବ ଦୀପକ ଜେନାଙ୍କ ନାମ କାରଣ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ନାମ ଥାଇ ମହାଶୟ ପୁରୋହିତପୁର ହାଇସ୍କୁଲ, ଏରସମା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ଏବେ ବର୍ଷେ ତଳେ ଏରସମାରୁ ଆସି ବିରିଡି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ବୋଲି ଜଣାପଡ଼ିଛି। ଛଅ ବର୍ଷିଆ ତାଲିକାରେ ନାଉଗାଁ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳି ହୋଇଛି। ସେହିପରି ମହେଶ ସେଠୀଙ୍କ ନାମ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଥିଲେ ବି ତରିକୁନ୍ଦ ହାଇସ୍କୁଲ ଓ ଜଗତସିଂହପୁର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଡେପୁଟେସନରେ ଯାଇଥିବା ବେଳେ ଏବେ ଜଗତସିଂହପୁର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜାଣିବାକୁ ମିଳିଛି। ଏରସମା ଓ ଜଗତସିଂହପୁର ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ସୈାମ୍ୟ ରଂଜନ ସାମଲ ଓ ଅକ୍ଷୟ ମଲ୍ଲିକଙ୍କୁ ଛଅ ବର୍ଷୀୟା ବଦଳି ତାଲିକାରେ ପାଞ୍ଚ ବର୍ଷରେ ଅଦଳବଦଳ କରାଯାଇଥିବା ସୂଚନା ମିଳିଛି। ଏଥିସହିତ ଅସୁସ୍ଥ ଶୁଶାନ୍ତ ଲେଙ୍କାଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ବଦଳୀ କରାଯାଇ ପୁଣି କିଛି ଚକ୍ରାନ୍ତ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି। ଏପରି ବଦଳୀ ହେବା ଦ୍ବାରା ବିରିଡି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଶୂନ୍ୟ ହେବାର ସମ୍ଭାବନା ଦେଖାଦେଇଥିବା କୁହାଯାଉଛି। ଏହି ବଦଳି ନିମନ୍ତେ ଭୁଲ୍ ତଥ୍ୟ ଦେଇ ଅନୁମୋଦନ ପାଇଁ ପଠାଯାଇଥିବା ଚର୍ଚ୍ଚା ହେଉଛି। ଏହାର ତଦନ୍ତ କରାଯିବା ସହ ଏପରି ଭୁଲ ତଥ୍ୟ ଦେଇ ଅନୁମୋଦନ ପାଇଁ ପଠାଇଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।ଏଥିସହିତ ଦିର୍ଘଦିନ ହେବ ଗାଦିମାଡି ବସିଥିବା କିଛି ଅସାଧୁ କର୍ମଚାରୀଙ୍କ ଉପରେ ନୂତନ ଭାବରେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷାଅଧିକାରୀ ଦୃଷ୍ଟି ଦେବା ସହିତ ସେମାନଙ୍କୁ ଯଥାଶୀଘ୍ର ବଦଳି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ସୂଚନାନୁଯାୟୀ ଦୀର୍ଘଦିନ ହେବ ଗାଦି ଛାଡୁନଥିବା ଜନୈକ ଅସାଧୁ କର୍ମଚାରୀଙ୍କ କିଛି କାରନାମାର ତଥ୍ୟ ଆମର ହସ୍ତଗତ ହୋଇଥିବା ବେଳେ ଆଗାମୀ ଦିନରେ ତାହା ଲୋକଲୋଚନକୁ ଅଣାଯିବ। ଅନ୍ୟପକ୍ଷରେ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଗତ ଶୁକ୍ରବାର ଦିନ ହଠାତ୍ ଜଗତସିଂହପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନରେ ଯାଇଥିବା ବେଳେ ମୁଖ୍ୟ କିରାଣୀ ଅକ୍ଷୟ ମଲ୍ଲିକ ଅଧିକାରୀଙ୍କ ବିନା ଅନୁମୋଦନରେ ଛୁଟିରେ ରହିଥିବାରୁ ସେ ଦିନର ଦରମା ବନ୍ଦ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି ଶୁଣିବାକୁ ମିଳୁଛି। ନିର୍ଦ୍ଦେଶ ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀ ପଦକ୍ଷପ ନେଇ ନିର୍ଦ୍ଦେଶନାମା ଜାରି କରିଥିବା ଜଣାପଡିଛି।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.