ଦଣ୍ଡପାଣି ସ୍ବାଇଁ ହେଲେ ଭଞ୍ଜନଗର ଓକିଲ ସଂଘର ସଭାପତି।

0 264

ଭଞ୍ଜନଗର,୧୨/୧୨(ପିପିଟି);ଭଞ୍ଜନଗର ଓକିଲ ସଂଘର ବିଭିନ୍ନ ପଦ ପଦବୀ ନିମନ୍ତେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସକାଳ ୮ ଟାରୁ ନିର୍ବାଚନ ହୋଇଥିବା ବେଳେ ଭୋଟଦାନ ପ୍ରକ୍ରିୟା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା। ସଂନ୍ଧ୍ୟାରେ ଫଳାଫଳ ଆସିବା ପରେ ଚଳିତ ବର୍ଷ ନିର୍ବାଚନରେ ଆଇନଜୀବୀ ଦଣ୍ଡପାଣି ସ୍ବାଇଁ ସଭାପତି ଭାବେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ପୂର୍ବରୁ ସମ୍ପାଦକ ପଦ ପାଇଁ ଅକ୍ଷୟ କୁମାର ସାହୁ ଅପ୍ରତିଦ୍ବନ୍ଦି ରହିଥିବା ବେଳେ ଆଜି ତାଙ୍କୁ ମଧ୍ୟ ସମ୍ପାଦକ ଭାବେ ଘୋଷଣା କରାଯାଇଥିଲା। ସେହିପରି ଉପସଭାପତି ଭାବେ ମଣି ଦୀକ୍ଷିତ୍ ଏବଂ ଯୁଗ୍ମ ସମ୍ପାଦକ ଭାବେ ବଳରାମ ମହାପାତ୍ର ନିର୍ବାଚିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ସୁନନ୍ଦ ତିଆଡ଼ି କାର୍ଯ୍ୟକାରୀ ସଦସ୍ୟ ଭାବେ ସନ୍ତୋଷ ତିଆଡି, ସୁଧାଂଶୁବାଳା ପଟ୍ଟନାୟକ ଏବଂ ଅଶୋକ କୁମାର ଗୌଡଙ୍କୁ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ବିଭିନ୍ନ ପଦ ପଦବୀ ପାଇଁ ୧୧ ଜଣ ପ୍ରାର୍ଥି ପ୍ରତିଦ୍ବନ୍ଦିତା କରୁଥିଲେ। ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା,ଲଡୁ କିଶୋର ଆଳତିଆ,ତ୍ରିନାଥ ମଳିକ ପ୍ରମୁଖ ପରିଚାଳାନା କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.