ପୁଣି ଜଳିଲା ଦାଦନ ଜୁଇ ;ପରିବାର ବେସାହାରା ।

0 386

ବେଲଗୁଣ୍ଠା,୧୧/୧୨(ପିପିଟି); ପୁଣି ଜଣେ ଦାଦନ ଶ୍ରମିକ ଜୀବନ ଯୁଦ୍ଧରେ ହାରିଯାଇ ଥିବାର ଖବର ମିଳିଛି । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ପଞ୍ଚାୟତର ଧାନପୁଞ୍ଜା ଗ୍ରାମର ସଞ୍ଜୟ ପରିଡ଼ା(୪୧) ୧୫ ବର୍ଷ ତଳୁ ନିଜ ବାପା ଜୂରେଶ୍ୱରଙ୍କୁ ନିଜ ପରିବାର ପ୍ରତିପୋଷଣ ଏବଂ ଭଉଣୀର ବାହାଘର ଖର୍ଚ୍ଚ ସୁରତ୍ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଲକ୍ ଡ଼ାଉନ ସମୟରେ ସଞ୍ଜୟ ନିଜ ଗାଆଁ ଧାନପୁଞ୍ଜାକୁ ଫେରି ଆସିଥିବା ବେଳେ ଗାଆଁରେ ଧାର କରଜ କରଜ କରି କିଛି ଦିନ ଚଳିବା ପରେ ଏକ ମାସ ତଳେ ନିଜ ସ୍ତ୍ରୀ ଓ ଦୁଇ ଝିଅକୁ ଧରି ସୁରତ୍ ଫେରିଯାଇଥିଲେ । କିଛି ଦିନ ତଳେ ସଞ୍ଜୟଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । କିନ୍ତୁ ଅର୍ଥ ଅଭାବ ଯୋଗୁଁ ଉନ୍ନତ ଚିକିତ୍ସା ନ ମିଳିବା ଫଳରେ ପାଞ୍ଚ ଦିନ ତଳେ ସଞ୍ଜୟ ସୁରତ୍ ରେ ମୃତ୍ୟୁ ବରଣ କରିଥିଲେ । ଏନେଇ ଅମ୍ରୋଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ସଞ୍ଜୟଙ୍କ ଶବକୁ ସ୍ଥାନୀୟ ମେଡିକାଲ୍ ରେ ବ୍ୟବଚ୍ଛେଦ କରାଯାଇଥିଲା । ଗତ କାଲି ସଞ୍ଜୟଙ୍କ ଅସ୍ଥି ଧାନପୁଞ୍ଜାରେ ପହଞ୍ଚିବା ପରେ ଗାଆଁରେ ଏକ ଶୋକାକୁଳ ପରିସ୍ଥିତି ସୃ୍ଷ୍ଟି ହୋଇଥିଲା । ନିଜର ଏକ ମାତ୍ର ପୁଅକୁ ହରାଇ ୬୫ ବର୍ଷୀୟା ବୃଦ୍ଧା ମାଆଙ୍କ ନିର୍ବାକ ହୋଇ କେବଳ ଆଖିରୁ ଲୁହ ଝରାଉଥିଲେ । ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଚାଲିଯିବା ପରେ ପରିବାରଟି ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥିବା ବେଳେ ଏହି ଗରୀବ ପରିବାରକୁ ସରକାରୀ ସହଯୋଗ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.