କୁକୁଡାଖଣ୍ଡି,୧୧/୧୨(ପିପିଟି);ଓଡିଶାର ଜନସାଧାରଣଙ୍କୁ ହାତ ପାହାନ୍ତାରେ ସୁବିଧା ଯୋଗାଇଦେବା, ଯେପରି କୌଣସି ସରକାରୀ କାର୍ଯ୍ୟାଳୟକୁ ନଦୌଡ଼ି ସରକାରୀ ସୁବିଧା ନିଜ ଗ୍ରାମରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଛନ୍ତି । ଯାହାକୁ ଆଖି ଆଗରେ ରଖି ବିଗତ ଦୁଇ ବର୍ଷ ହେଲା ଏକ ଜନକଲ୍ୟାଣ କାର୍ଯ୍ୟକ୍ରମ ଭାବରେ ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି । କୁକୁଡାଖଣ୍ଡି ବ୍ଲକରେ ପ୍ରତି ସପ୍ତାହରେ ଗୋଟିଏ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଚାଲୁ ରହୁଥିବା ଦେଖିବାକୁ ମିଳୁଛି । ଆଜି କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ପଞ୍ଚାୟତ ପରିଧି ମଧ୍ୟରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ଡ଼. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ଉପସ୍ଥିତରେ ଆୟୋଜିତ କାର୍ଯ୍ୟକ୍ରମରେ ୧୧୪ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା, ୨୬ ଜଣ ବ୍ୟକ୍ତିଙ୍କୁ ବିବିଧ ପ୍ରମାଣ ପତ୍ର,କାର୍ଯ୍ୟକ୍ରମ ସମୟରେ ହିଁ ୧୭ ଜଣଙ୍କ ମାମଲା ସମାଧାନ କରାଯାଇଥିଲା । ୨୦୨୦୮ ଟଙ୍କା କିସମ ପରିବର୍ତ୍ତନ ନିମନ୍ତେ ଧାର୍ଯ୍ୟ ରାଶି ଆଦାୟ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କରୋଣ କଟକଣା ନିୟମକୁ ପାଳନ କରି ଶତାଧିକ ଲୋକ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ସୁପରଭାଇଜର ସୁବାଷ କୁମାର ନାୟକ, ରାଜସ୍ବ ନିରୀକ୍ଷକ ସୁଜ୍ଞାନୀ ସେଠି,ଶାନ୍ତିଲତା ସାହୁ,ସରିତା କୁମାରି ସାହୁ,ବିଜୟଲଷ୍ମୀ ନାୟକ ଏବଂ ସନ୍ତୋଷ କୁମାର ଶତପଥୀଙ୍କ ସମେତ ରାଜସ୍ବ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।