ସଦାଶିବ ପୁର ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ ।

0 353

ବ୍ରହ୍ମପୁର,୧୦/୧୨(ପିପିଟି);ବୁଗୁଡା ବ୍ଲକ ବାଲିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଦଶିବପୁର ଗ୍ରାମ ରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି । ବିଦ୍ୟାଳୟ ପରିଚାଳନା କମିଟି ଏବଂ ଅଭିବାବକ ଏକ ଅଭିଯୋଗ କରିଛନ୍ତି ଯେ ଚଳିତ ଶିକ୍ଷା ବର୍ଷ (୨୦୨୦-୨୦୨୧)ରେ ସଦାଶିବପୁର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ତତ୍କାଳୀନ ବି.ଇ.ଓ ରସାନନ୍ଦ କର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବାରଣ କରିଥିଲେ । ଫଳରେ ଏଯାବତ ୨୫ ଜଣ ଛାତ୍ରଛାତ୍ରୀ ନାମ ଲେଖାରୁ ବଞ୍ଚିତ ରହିଛନ୍ତି । ପୂର୍ବରୁ ବିଦ୍ୟାଳୟରେ ଥିବା ୧୩ ଜଣ ଛାତ୍ରଛାତ୍ରୀ ଙ୍କୁ ଜବରଦସ୍ତ ଟି.ସି ଦେଇ ନିକଟସ୍ତ ଦଶିପୁର ବିଦ୍ୟାଳୟକୁ ସ୍ଥାନାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି । ସଦଶିବପୁର ଠାରୁ ଦଶିପୁର ଜିବାରାସ୍ତାରେ ବିଭିନ୍ନ ପ୍ରତିବନ୍ଧକ ରହିଛି । ଯଥା ରାସ୍ତାଟି ସମ୍ପୂର୍ଣ୍ଣ କଚ୍ଚା ଓ ମାଟି ରାସ୍ତା ତଥା ନିଛାଟିଆ ଜଙ୍ଗଲୀ ରାସ୍ତା ଅଟେ , ଯାହାକି ବର୍ଷା ଋତୁରେ ଯିବାଆସିବା ସମ୍ପୂର୍ଣ ଅସମ୍ଭବ । ରାସ୍ତା ନିକଟରେ ଏକ ଶ୍ମସାନ ଓ ଏକ ପୁଷ୍କରିଣୀ ଅଛି ଯାହା ଛାତ୍ରଛାତ୍ରୀ ମନରେ ଭୟ ଓ ବିପଦର କାରଣ ଅଟେ । ରାସ୍ତା ପାର୍ଶ୍ୱରେ ଦୁଇ ଗୋଟି ବିଦ୍ୟୁତ୍ ସବଷ୍ଟେସନ (ଗୋଟିଏ ସଦାଶିବପୁର ଓ ଅନ୍ୟଟି ଦଶିପୁର ଗ୍ରାମ ପାଇଁ)ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ । ଏହା ଏକ ନିଛାଟିଆ ଓ ଜଙ୍ଗଲିଆ ରାସ୍ତା । ଦଶିପୁର ଗ୍ରାମଟି ଅନ୍ୟ ପଞ୍ଚାୟତରେ ଅବସ୍ଥିତ ଅଟେ । ଅତଏବ ଏ ସମସ୍ତ କାରଣରୁ ଗ୍ରାମ ବାସି ମାନେ ଦୃଢ଼ ସଂକଳ୍ପ ନେଇଛନ୍ତି କି ପିଲା ମାନଙ୍କୁ ଦଶିପୁର ଛାଡିବେ ନାହିଁ । ଏତାଦୃଶ ମନମୁଖୀ ଓ ବେପାରୁଆ ଭାବେ ବିନା ଅନୁସନ୍ଧାନ କରି କିପରି ବି.ଇ.ଓ ରସାନନ୍ଦ କର ସୁପାରିଶ କରିଛନ୍ତି ତାହା ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । ଏଣୁ ଏ ସମସ୍ତ ଅସୁବିଧାକୁ ବିଚାର କରି ସଦଶିବପୁର ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ ନ କରିବାପାଇଁ ବିନମ୍ର ନିବେଦନ କରିଛନ୍ତି । ଗରିବ ବ୍ରାହ୍ମଣ ଶିକ୍ଷାର୍ଥୀ ଅଧାରୁ ପାଠ ଛାଡ଼ିବା ଆଶଙ୍କା ଥିବାରୁ ବିଦ୍ୟାଳୟକୁ ଭାଙ୍ଗି ଦିଆଯାଉ ଏ ଭଳି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏକ ପତ୍ର ଯୋଗେ ଅଭିଯୋଗ କରାଯାଇଛି ।

Leave A Reply

Your email address will not be published.