ଜାରକା ଅଂଚଳର ଅଲିଭା ଦୀପ ଡାକ୍ତର ରମେଶ ସାହୁ ।

0 395

ଯାଜପୁର,୧୦/୧୨(ପିପିଟି);ଜାରକା ଅଂଚଳର ଅଲିଭା ଦୀପ ଡାକ୍ତର ରମେଶ ଚନ୍ଦ୍ର ସାହୁ । ତାଙ୍କ କଥା ଓ ବ୍ୟବହାରରେ ରୋଗୀଟିଏ ଅଧା ଭଲ ହୋଇଯାଏ । ଜଣେ ଦରଦୀ ମଣିଷ ଥିଲେ ସେ । ମଣିଷକୁ ଭଲ ପାଇବାର ଭାବ, ସ୍ନେହଶ୍ରଦ୍ଧା ଓ ଆତ୍ମୀୟତାର୍ପୂ ରୋଗୀସେବା ପ୍ରତି ତାଙ୍କର ଗଭୀର ଅନୁରକ୍ତି ରହିଥିଲା ବୋଲି ଧର୍ମଶାଳା ଅଂଚଳର ସୁନାମଧନ୍ୟ ଡାକ୍ତର ସ୍ୱର୍ଗତ ରମେଶ ଚନ୍ଦ୍ର ସାହୁଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଜଂଳି ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଗୋର୍କିକା ସଂପାଦକ ରମାକାନ୍ତ ଜେନାଙ୍କ ସଭାପତିତ୍ୱରେ କୁମାରୀଠାରେ ଅନୁଷ୍ଠିତ ଶୋକସଭାରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଡା.ସାହୁଙ୍କ ସ୍ମୃତି ଉଶ୍ୟେରେ ପ୍ରକାଶିତ ସ୍ମରଣିକା ‘ରମେଶାୟନ’କୁ ଉନ୍ନୋଚନ କରିଥିଲେ । ଡା. ସାହୁଙ୍କ ଅକାଳ ବିୟୋଗ ଧର୍ମଶାଳା ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି । ରୋଗୀସେବା ସହିତ ସେ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖିିଥିଲେ । ସବୁ ସମୟରେ ରୋଗୀମାନଙ୍କ ପାଇଁ ତାଙ୍କ ଦ୍ୱାର ଉନ୍ମୁକ୍ତ ଥିଲା । ଉତମ ବ୍ୟବହାର ପାଇଁ ସେ ସମଗ୍ର ଜିଲ୍ଲାରେ ଜଣେ ଭଲ ଡାକ୍ତର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ବୋଲି ବିଧାୟକ ଶ୍ରୀ ବଳବନ୍ତରାୟ ମତବ୍ୟକ୍ତ କରିଥିଲେ । ଯାଜପୁରର ପୂର୍ବତନ ସାଂସଦ ରୀତା ତରାଇ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ସାହୁ ଜଣେ ଭଲ ଡାକ୍ତର ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଯାଜପୁରର ପୂର୍ବତନ ସିଡିଏମ୍ଓ ଡା.ବିଜୟ କୁମାର ଶତପଥୀ ଅତିଥିଭାବେ ଯୋଗଦେଇ କହିଲେ ଯେ, ରୋଗୀ ଦେଖୁଥିବା ସମୟରେ ଡା. ସାହୁ ଆର ପାରିକି ଚାଲିଗଲେ । କାର୍ତିକ ମାସ ପଚୁଂକରେ, ପୁଣି ଦିନରେ । ଏଭଳି ମରଣ କ୍ୱଚିତ୍ ଦେଖିବାକୁ ମିଳେ । ଶାରୀରିକ ଅସୁସ୍ଥତା ସତ୍ୱେ ସେ ରୋଗୀ ସେବାରୁ କେବେ ନିବୃତ ହୋଇ ନଥିଲେ । ସେ ଜଣେ କର୍ତବ୍ୟନିଷ୍ଠ, ସାହସୀ, ମେଳାପୀ ଓ ଲୋକପ୍ରିୟ ଡାକ୍ତର ଥିଲେ ବୋଲି ଡା. ଶତପଥୀ ବର୍ଣ୍ଣନା କରିଥିଲେ । ପିତ ବିଜୟ କୁମାର କର ଗୀତା ପାଠ କରିଥିଲେ । ଧର୍ମଶାଳାର ପୂର୍ବତନ ବିଧାୟକ ରବି ଲାବଣ୍ୟ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ କିଶାନ ପା, କ୍ୟାପଟେନ୍ ତ୍ରିଲୋଚନ ବିଶ୍ୱାଳ, ନିର୍ବାଚନ ମଳୀ ବିଜେଡି ସଭାପତି ଜଳଧର ସାହୁ, ଜିଲ୍ଲା ବିଜେପି ସାଧାରଣ ସଂପାଦକ ସର୍ବେଶ୍ୱର ବେହୁରା, ଶିକ୍ଷାବିତ୍ ଡ. ଜଗନ୍ନାଥ ଜେନା, ଡ. ରାଜକିଶୋର ପାଢୀ, ଡ. ପ୍ରଶାନ୍ତ କୁମାର ସ୍ୱାଇଁ, ଲକ୍ଷ୍ମୀକାନ୍ତ ଚ୍ୟାଉପନାୟକ, ବ୍ରଜବନ୍ଧୁ ଶତପଥୀ, ବ୍ରଜକିଶୋର ଦାଶ, ସୁନାକର ସାହୁ, ଡ. ଇନ୍ଦୁପ୍ରଭା ସାମଲ, ନିହାର ରଂଜନ ମୁଦୁଲି, ମନୋରମା ଆଚାର୍ଯ୍ୟ, ସମାଜସେବୀ କାହ୍ନୁ ଚରଣ ଦାଶ, ଗୋଲକ ଚନ୍ଦ୍ର ପଲେଇ, ସଂଗ୍ରାମ କେଶରୀ ଜେନା, ସାମ୍ବାଦିକ ମାନସ ରଂଜନ ଜେନା, ଅଖିଳ କୁମାର ସ୍ୱାଇଁ, କୃଷକ ନେତା ବସନ୍ତ କୁମାର ପରିଡା, ନୃସିଂହ ଚରଣ ମିଶ୍ର, ସନ୍ତୋଷ ପୃଷ୍ଟି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ଡା. ସାହୁଙ୍କ ବାସଭବନ ପରିସରରେ ପୁରୀର ଚାରଣ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଜଗନ୍ନାଥଙ୍କ ଲୋକାମୃତ କାର୍ଯ୍ୟକ୍ରମରେ ବିଷ୍ଣୁ ଶହସ୍ରନାମ, ଭଜନ, କୀର୍ତ୍ତନ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ସମାଜ ପ୍ରତି ଥିବା ତାଙ୍କ ଅବଦାନ ସଂପର୍କରେ ଆଲୋଚନା କରାଯିବା ସହିତ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ମନ୍ତ୍ରପାଠ କରା ଯାଇଥିଲା । ପ୍ରାରମ୍ଭରେ ଚାରଣ ଗୋଷ୍ଠୀ ପକ୍ଷରୁ ସମବେତ ନିରବ ପ୍ରାର୍ଥନା କରା ଯାଇଥିଲା । ଡା. ସାହୁଙ୍କ ପତ୍ନୀ ସମାଜସେବୀ ମିନତୀ ସାହୁ, ପୁଅ ଅଂଶୁମାନ ମେମୋରିଆଲ୍ ଟ୍ରଷ୍ଟ୍ର ସଂପାଦକ ହିମାଂଶୁ ଶେଖର ସାହୁ, କାର୍ଯ୍ୟନିର୍ବାହୀ ସୀତାଂଶୁ ଶେଖର ସାହୁ, ବୋହୂ କଳ୍ପନା ସାହୁ, ସଗ୍ମା ଶୁଭଲକ୍ଷ୍ମୀ, ନାତି ଏଲ୍କେ ଆରବ, ଶିବାନ୍ ପାର୍ଥୀବାନ୍, ରୋଟାରିଆନ୍ ଜୟପ୍ରକାଶ ତ୍ରିପାଠୀ, କ୍ରୀଡାବିତ୍ ଦେବରାଜ ମିଶ୍ର, ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.