କଂଗ୍ରେସ ହାତ ଛାଡିଲେ ପୂର୍ବତନ ପିସିସି କୋଷାଧ୍ୟକ୍ଷ।

0 339

ଯାଜପୁର,୧୦/୧୨(ପିପିଟି); ଯାଜପୁର ଜିଲ୍ଲାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ନେତୃତ୍ୱର ଅଭାବ ଯୋଗୁ ଦୃର୍ବଳ ହୋଇ ପଡୁଛି । କଂଗ୍ରେସକୁ ପଛରେ ପକାଇ ବିଜେପି ବିଜେଡ଼ିର ବିକଳ୍ପ ହେବାକୁ ପ୍ରୟାସ ଜାରି କରୁଛି । ବ୍ୟାସନଗର ଵା ଯାଜପୁର ରୋଡରେ କଂଗ୍ରେସର ତିଷ୍ଠି ଭଲ ଥିଲା ବିଜେଡ଼ିକୁ କଂଗ୍ରେସ ଟକର ଦେଉଥିଲା । ଏବେ କଂଗ୍ରେସର ଟାଣୁଆ ଓ ଲୋକପ୍ରିୟ ନେତା ପୌର ପରିଷଦ ପୂର୍ବତନ ନଗରପାଳ ତଥା ପୂର୍ବତନ ପିସିସି କୋଷାଧ୍ୟକ୍ଷ ରସାନନ୍ଦ ମହାନ୍ତି କଂଗ୍ରେସ ହାତ ଛାଡି ଦେଇଛନ୍ତି । ଶ୍ରୀ ମହାନ୍ତି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇ ଛନ୍ତି । କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ କଂଗ୍ରେସ ଦଳ ଛାଡିଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲେଖ କରିଛନ୍ତି । ତେଣୁ କଂଗ୍ରେସ ଦଳକୁ ପ୍ରତ୍ୟାଖାନ କରିଛନ୍ତି । ଖୁବ୍ ଶୀଘ୍ର ବିଜେଡ଼ିରେ ଯୋଗ ଦେଉ ଥିବାରୁ ବିଶେଷ ସୂତ୍ର ଜଣା ପଡିଛି । ବିଜେଡ଼ିର ହେବିବେଟ୍ ନେତାଙ୍କ ସହ ଓ ସ୍ଥାନୀୟ ବିଧାୟକ ସହ ଆଲୋଚନା ସରି ଯାଇଛି । ଶ୍ରୀ ମହାନ୍ତି ଦଳ ଛାଡିଥିବାରୁ କଂଗ୍ରେସକୁ ଶକ୍ତ ଝଟକା ହୋଇଛି । କଂଗ୍ରେସ ଦଳ ଗୁପ୍ତବୈଠକ କରୁଛି କଂଗ୍ରେସ ଦଳକୁ ଆଉ ଛାଡି ନ ଯିବା ପାଇଁ କଂଗ୍ରେସ ନେତା ଓ କର୍ମୀ ମାନଙ୍କ ସହ ଆଲୋଚନା କରୁଥିବାର ଖବର ମାନ ମିଳୁଛି ଆଗକୁ ଆସୁଛି ପୌର ନିର୍ବାଚନ ଏହି ସମୟ ରେ କଂଗ୍ରେସର ଟାଣୁଆ ନେତା ଶ୍ରୀ ମହାନ୍ତି ଦଳର ହାତ ଛାଡିବା ଦ୍ୱାରା କଂଗ୍ରେସ ଦଳ ପ୍ରତି ମାହାଙ୍ଗା ପଡି ପାରେ ବୋଲି ରାଜ ନୈତିକ ପର୍ଯ୍ଯବେକ୍ଷକ ମାନେ ଆକଳନ କରୁଛନ୍ତି । ଶ୍ରୀ ମହାନ୍ତିଙ୍କ ସହ କେତେ କଂଗ୍ରେସ କର୍ମୀ ଯାଉଛନ୍ତି ଦେଖିବାର ଅଛି। କଂଗ୍ରେସ ର ଗଣସଂଗଠନ ଓ ଆଇଏନଟିୟୁସି ଅନ୍ଦୋଳନ ଯୋଗୁଁ କଂଗ୍ରେସ ଦଳ ବଞ୍ଚିଛି । କୋରାଇ ନିର୍ବାଚ ମଣ୍ଡଳୀ ତଥା ବ୍ୟାସନଗର ମୁନିସିପାଲିଟି ରେ ବହୁ ଇସୁ ରହିଛି । ବ୍ଲକ ଓ ମୁନିସିପାଲିଟି ରେ ସମସ୍ୟା ରହିଛି ଓ ଦୁର୍ନୀତି ଘୋଟଲା ପ୍ରସଙ୍ଗକୁ ସ୍ୱର ଉଠାଇ ବାରେ କଂଗ୍ରେସ ଦଳ ଏଯାଏଁ ଆଖି ଦୃଶିଆ ଭଳି ବିରୋଧ କରିବାରେ ସଫଳ ହୋଇ ପାରି ନାହିଁ । ଏହି ନିର୍ବାଚନ ମଣ୍ଡଳୀରେ ଜାତୀୟ ସ୍ତରୀୟ ନେତା ଥିଲେ ମଧ୍ୟ କଂଗ୍ରେସକୁ ଠିକି ଭାବରେ ପରିଚାଳନା କରିପାରି ନଥିବାରୁ କଂଗ୍ରେସ କର୍ମୀ ସାହା ଭରସା ନ ପାଇ ବିଜେଡ଼ି ଓ ବିଜେପି ପ୍ରତି ମୁଁହ ବୁଲାଉଛନ୍ତି । ଠିକ୍ ସେହି ଭଳି ସମଗ୍ର ଯାଜପୁର ଜିଲ୍ଲାରେ ରାଜ୍ୟ ଓ ଜାତୀୟ ସ୍ତରୀୟ ନେତା ଥାଇ ମଧ୍ୟ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ପ୍ରୟାସ ନକରିବା ଦ୍ୱରା କଂଗ୍ରେସ କର୍ମୀ ସାହାଭରସା ନପାଇ ବାଧ୍ୟ ହୋଇ ବିଜେଡ଼ି ଓ ବିଜେପିରେ ଯୋଗ ଦେଉଛନ୍ତି । ବିଶେଷ କରି ସୁକିନ୍ଦା ବରୀ ଓ ବିଂଝାରପୁର ପ୍ରଭୁତି ଅଞ୍ଚଳର କଂଗ୍ରେସ କର୍ମୀ ନେତା ବିଜେଡ଼ି ଓ ବିଜେପି ରେ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.