ବୋଲଗଡ଼,୦୮/୧୨(ପିପିଟି); ଆଜି ସିପିଆଇ ଓ ସିପିଏମ୍ ତର।ଫରୁ ବୋଲଗଡ଼, ବେଗୁନିଆ ଓ ରଣପୁର ଅଞ୍ଚଳର କର୍ମୀ ମାନେ ୫୭ନମ୍ବର ଜାତୀୟ ରାଜପଥର ବିନୋଦପଡା ଠାରେ ବନ୍ଦ ପାଳନ କରିଥିଲେ। ଅଧିକ ସଂଖ୍ୟାରେ ଗାଡିମଟର ଅଟକିରହିଥିଲା ଓ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦପାଳନ କାର୍ଯ୍ୟକ୍ରମ କମ୍ରେଡ ସୁମନ୍ତ ଛୋଟରାୟ ଓ ସବ୍ୟସାଚୀ ସେନାପତିଙ୍କ ନେତୃତ୍ୱରେ କରାଯାଇଥିଲା । ବକ୍ତା ବିଜୟ ଗୁମାନ ସିଂହ, ବାବାଜୀ ରାଉତରାୟ, ଧନିମାର୍ଥା,ବସନ୍ତ ସେଠି,ଶ୍ୟାମ ସୁନ୍ଦର ରାଉତରାୟ ,ଶତୃଘ୍ନ ସାହୁ, ପ୍ରମୁଖ ସେମାନଙ୍କ ର ବକ୍ତବ୍ୟ ରେ କୃଷି ବିଲ୍ ୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବୀ କରିଥିଲେ। କୃଷିକୁ ଅମ୍ବାନୀ ଆଦାନୀ ପ୍ରଭୃତି ଶିଳ୍ପପତିଙ୍କ ହାତ ରେ ଟେକିନଦେବା, ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା, ମଣ୍ଡିବ୍ୟବସ୍ତାକୁ କର୍ପୋରେଟର ହାତକୁ ଟେକିନଦେବା।ସ୍ୱାମିନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ଓ କୃଷକନେତାଙ୍କ ନାମରେ ରୁଜୁ କରାଯାଇଥିବା ମକଦ୍ଦମା ପ୍ରତ୍ୟାହାର କରିବାପାଇଁ ଦାବି କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )